ଶ୍ରୀମନ୍ଦିରରେ ସମ୍ପନ ହୋଇଛି ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଶ୍ରୀମନ୍ଦିରରେ ସମ୍ପନ ହୋଇଛି ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି । ଏଥିସହ ସିଂହଦ୍ୱାରରେ ଇନ୍ଦ୍ର ହାତୀ ପ୍ରସ୍ତାବ ସମ୍ପନ୍ନ ହୋଇଛି । ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଶେଷ ହେଲା ୬ଟା୨୦ମିନିଟ୍‌ରେ । ଏହାପରେ ଶ୍ରୀଦୋଳଗୋବିନ୍ଦଙ୍କୁ ମହାଜନମାନେ ସିଂହାସନରେ ବିଜେ କରାଇଥିଲେ । ପୂଜାପଣ୍ଡା ସାଆନ୍ତ ଆଜ୍ଞାମାଳ ଦେବାପରେ ସନ୍ଧ୍ୟା ୬ଟା ୫୦ମିନିଟ୍‌ରେ ଶ୍ରୀଦୋଳଗୋବିନ୍ଦଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା । ବିମାନବଡ଼ୁମାନେ ଘଣ୍ଟଘଣ୍ଟା, କାହାଳୀ ସହ ପାଲିଙ୍କି ନେଇ ସିଂହଦ୍ୱାର ପାଶ୍ୱର୍ରେ ପହଞ୍ଚିଥିଲେ । ଠାକୁରଙ୍କୁ ଶୀତଳଭୋଗ ଅର୍ପଣ ପରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରାଯାଇଥିଲା ।

ହରଚଣ୍ଡୀ ସାହିରୁ ଇନ୍ଦ୍ର ହାତୀ ବାହାରି ସିଂହଦ୍ୱାରରେ ପହଞ୍ଚିଥିଲା । ସାଙ୍ଗରେ ଥିଲେ ଇନ୍ଦ୍ର ଓ ଚନ୍ଦ୍ର ଦୁଇଜଣ ବେଶଧାରୀ। ସେଠାରେ ଇନ୍ଦ୍ର ହାତୀ ପ୍ରସ୍ତାବ ହୋଇଥିଲା । ଏହାପରେ ଶ୍ରୀଦୋଳଗୋବିନ୍ଦ ବଡ଼ଦେଉଳକୁ ବାହୁଡ଼ା ବିଜେ କରିଥିଲେ । ଶ୍ରଦ୍ଧାଳୁମାନେ ଦେବନୀତି ଦେଖି ଧନ୍ୟ ହୋଇଥିଲେ ।

Leave A Reply

Your email address will not be published.