ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ପାକିସ୍ତାନୀ ଗିରଫ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୁଧୁରୁନି ପାକିସ୍ତାନ । ପାକିସ୍ତାନର ଧଜିଆ ଉଡିଲା ପରେ ମଧ୍ୟ ବାଟକୁ ଆସିଲାନି । ଭାରତକୁ କେତେବେଳେ ଡ୍ରୋନ୍ ପଠାଉଛି ତ କେତେବେଳେ ଆତଙ୍କବାଦୀ । ଭାରତକୁ ସବୁବେଲେ ଟାର୍ଗେଟ କରୁଥିବା ପାକିସ୍ତାନର ସବୁ ପ୍ଲାନକୁ ପଣ୍ଡ କରିଛି ଭାରତୀୟ ସେନା । ପାକ୍ ର ଏହି କାର୍ୟ୍ୟକଳାପ ପାଇଁ ସବୁବେଳେ ସଜାଗ ରହିଥାନ୍ତି ସୁରକ୍ଷା ବାହିନୀ । ଏବେ ପୁଣି ଥରେ ସୀମା ସୁରକ୍ଷା ବାହିନୀ ପାକିସ୍ତାନର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି । ଗୁରୁବାର ଗୁଜୁରାଟରେ ଭାରତୀୟ ସାମୁଦ୍ରୀକ ସୀମା ପାର ହେଉଥିବା ବେଳେ ବିଏସଏଫ କର୍ମଚାରୀ ୪ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ।

ସୀମା ସୁରକ୍ଷା ବଳ (ବିଏସଏଫ) ମୁଖପାତ୍ର କହିଛନ୍ତି ଯେ ମତ୍ସ୍ୟଜୀବୀ ଡଙ୍ଗାରୁ କୈଣସି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇନାହିଁ । ସୀମା ସ୍ତମ୍ଭ ସଂଖ୍ୟା ୧୧୬୫ ରୁ ୧୧୬୬ ମଧ୍ୟରେ କିଛି ଗତିବିଧି ହେଉଥିବାର ଜଣାପଡିବା ପରେ ଏକ ସ୍ୱତନ୍ତ୍ର ଦଳ ହରାମି ନାଲା ନିକଟରେ ଭାରତୀୟ ସାମୁଦ୍ରୀକ ସୀମାରେ ପ୍ରବେଶ କରୁଥିବା ୪ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଏକ ସ୍ୱତନ୍ତ୍ର ବିଏସ୍ଏଫ୍ ଟିମ୍ ଗିରଫ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୦ ଟି ଡଙ୍ଗା ଜବତ କରାଯାଇଛି । ଅଧିକାରୀ କହିଛନ୍ତି ଯେ ସମଗ୍ର ଅଞ୍ଚଳରେ ସର୍ଚ୍ଚଅପରେସନ ଜାରି ରହିଛି ।

Leave A Reply

Your email address will not be published.