ଚପଳା ଫାଉଣ୍ଡେସନର ଅଭିନଵ ପ୍ରୟାସ, ମହିଳାମାନଙ୍କ ସୁରକ୍ଷିତ ଗମନାଗମନ ପାଇଁ ପ୍ରସ୍ତୁତ କଲେ ଯୋଜନା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  “ଚପଳା ଫାଉଣ୍ଡେସନ” ନାମକ ଏକ ସ୍ବେଛାସେବୀ ଅନୁଷ୍ଠାନ ଅଭିନବ ଉପାୟରେ ସମାଜ ପାଇଁ କାମ କରିବାକୁ ଆଗେଇ ଆସିଛି l ସାଧାରଣତଃ ଅନେକ ଅନୁଷ୍ଠାନ ଗୋଟିଏ କାମ ଉପରେ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ଚପଳା ଫାଉଣ୍ଡେସନ ଦୁଇଟି ସେବାକୁ ସମାନ ଭାବେ ଗୁରୁତ୍ୱ ଦେଇ ଆଗକୁ ବଢିବା ପାଇଁ ଅଣ୍ଟା ଭିଡିଛି l ଅନୁଷ୍ଠାନର ପ୍ରଥମ ସେଗମେଣ୍ଟ ର କାମ ହେଉଛି ମଧ୍ୟବିତ୍ତ ପରିବାର ର ପିଲାମାନଙ୍କ ପାଇଁ “ନେତାଜୀ ଛାତ୍ର ବୃତ୍ତି” ଯୋଜନା ଏବଂ ଦ୍ଵିତୀୟ ଟି “ଭାଇ” l ଅନେକ ମଧ୍ୟବିତ୍ତ ଶ୍ରେଣୀ ର ଅଭିଭାବକ ଙ୍କ ପିଲାମାନେ ସ୍କୁଲ ରେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି, ଅଭିଭାବକମାନଙ୍କୁ ଅପମାନିତ ହେବାକୁ ପଡୁଛି l ଅଙ୍ଗେ ନିଭେଇଥିବା ଅନୁଭୂତିକୁ ନେଇ କେତେ ଜଣ ଅଭିଭାବକ ଆଜି ଏପରି ଏକ ସେବା ର ପରିକଳ୍ପନା କରିଛନ୍ତି l ବର୍ତ୍ତମାନ ଭୁବନେଶ୍ୱର ର 20 ଜଣଙ୍କୁ “ନେତାଜୀ ଛାତ୍ର ବୃତ୍ତି” ଦେବାକୁ ସ୍ଥିର କରିଛନ୍ତି l ଏହା ସମଗ୍ର ଓଡ଼ିଶାରେ ଲାଗୁହେବ ବୋଲି ଅନୁଷ୍ଠାନର ଯୋଜନା ଅଛି l ଯାହା ଦ୍ୱାରା ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେବେ ନାହିଁ କିମ୍ବା ଅଭିଭାବକ ସ୍କୁଲ ଫିସ ନ ଦେଇ ଲୋକଲଜ୍ଜା ହେବେ ନାହିଁ l

ଦ୍ଵିତୀୟ ସେଗମେଣ୍ଟ “ଭାଇ” ଦ୍ୱାରା ମହିଳାମାନେ ବିଳମ୍ବିତ ରାତ୍ରୀରେ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ନିଜ ଗନ୍ତବ୍ୟ ସ୍ଥଳ ରେ ପହଞ୍ଚିପାରିବେ l ଯାହା ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ସେବା ଲାଗୁ ହେବ l ଏସବୁ ସେବା କୁ ଜଣେ ଅନୁଭବୀ ହିଁ ପରିକଳ୍ପନା କରିପାରନ୍ତି l ତେଣୁ ଚପଳା ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ଚପଳା ଜେନା ଏବଂ ସଭ୍ୟ ମାନେ ସମାଜ ପାଇଁ ଏପରି ଏକ ଯୋଜନା ପରିକଳ୍ପନା କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ପ୍ରଶଂସନୀୟ l “ଭାଇ” ଯୋଜନା ଆସନ୍ତା ୧୪ ମାର୍ଚ୍ଚ ରୁ ଶୁଭାରମ୍ଭ ହେବ l “ଭାଇ” ର ସାହାଯ୍ୟ ପାଇଁ ଏକ ହ୍ଵାଟ୍ସଆପ୍ ନମ୍ବର 9777277416 ଜାରି କରିଛନ୍ତି ଯାହା ରାତି ୧୧ ରୁ ସୁବିଧା ଉପଲବ୍ଧ ହେବ ବୋଲି ପ୍ରେସ ସାକ୍ଷାତକାର ରେ ଚପଳା ଫାଉଣ୍ଡେସନ ର ସଭ୍ୟ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ମିଶ୍ର ମତବ୍ୟକ୍ତ କରିଥିଲେ l

Leave A Reply

Your email address will not be published.