ରାଜ୍ୟ ପଛୁଆ ବର୍ଗଙ୍କ ପାଇଁ ବିଧାନସଭାରେ ଆଗତ ହୋଇଥିବା ବଜେଟ ବିବରଣୀ ରଖିଲା ବିଭାଗ, ପ୍ରଥମଥର ପାଇଁ ରାଜ୍ୟରେ ୧୦୦ ଶଯ୍ୟା ବିଶିଷ୍ଟ ୧୦୦ଟି ଓବିସି ହଷ୍ଟେଲ ନିର୍ମାଣ କରାଯାଉଛି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ୨୧ ହଜାର ୯୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଅଛି। ଯେଉଁଥିରେ ଶିକ୍ଷା ଗମନାଗମନ ସହ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିର ଅଭିବୃଦ୍ଧି ସମ୍ପର୍କରେ ଡଧ୍ୟାନ ଦିଆଯାଇଛି। ପ୍ରଥମଥର ପାଇଁ ରାଜ୍ୟରେ ୧୦୦ ଶଯ୍ୟା ବିଶିଷ୍ଟ ୧୦୦ଟି ଓବିସି ହଷ୍ଟେଲ ନିର୍ମାଣ କରାଯାଉଥିବା ନେଇ ଆର୍ଥିକ ବ୍ୟୟ ବରାଦ କରାଯାଇଛି।

ଯେଉଁ ମଧ୍ୟରୁ ୬୬ଟି ସମ୍ପର୍ଣ୍ଣ ହୋଇଥିବା ବେଳେ ୩୪ଟି ନିର୍ମାଣଧୀନ ରହିଛି। ତେବେ ରାଜ୍ୟରେ ଓବିସି ଗଣନାକୁ ନେଇ ସନ୍ତୋଷଜନକ ଉତ୍ତର ଦେଇନାହାଁନ୍ତି ବିଭାଗୀୟ ସଚିବ ରୁପା ରୋଶନ ସାହୁ। ଯଦି ରାଜ୍ୟର ଓବିସି ଗଣନା କାର୍ଯ୍ୟ ଓବିସି କମିଶନରଙ୍କ ବୋଲି ସଚିବ ଉତ୍ତର ରଖିଛନ୍ତି। ଓବିସି ଗଣନା ଓ ସେ ସମ୍ପର୍କିତ କୌଣସି କାର୍ଯ୍ୟ କମିଶନଙ୍କ ନିର୍ଦେଶ ଅନୁସାରେ ହେଉଛି। ତେବେ ପ୍ରଶ୍ନ ଉଠୁଛି ଯଦି ରାଜ୍ୟରେ ଓବିସି ଗଣନା ସରିନାହିଁ ତେବେ କେଉଁ ଆଧାରରେ ହଷ୍ଟେଲର ସିଟ ଆବଣ୍ଟନ କରାଯାଉଛି। ନିକଟରେ ଜାତୀୟ ଜନଜାତି ଆୟୋଗ ହର୍ଷ ଚୌହାନ ରାଜ୍ୟ ସରକାରଙ୍କୁ ଏକ ତଥ୍ୟ ମାଗିଥିଲେ ଯେ ରାଜ୍ୟରେ କାହିଁକି ଜନଜାତିଙ୍କ ପାଇଁ ଅଲଗା ବିଭାଗ ହୋଇନାହିଁ। ସେ ଉତ୍ତରରେ ସଚିବ କହିଛନ୍ତି ଯାହା ତଥ୍ୟ ମାଗିଥିଲେ ତାହା ଦିଆଯାଇଛି, ଆଉ ବାକି ତଥ୍ୟ ସଂଗ୍ରହ ଚାଲିଛି। ଖୁବ ଶୀଘ୍ର ପଠାଯିବ।

Leave A Reply

Your email address will not be published.