ଅନ୍ତଃରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ

0

ନ୍ୟୁଜ, ଭୁବନେଶ୍ୱର : ସମୟ ସହିତ ବଦଳିଛି ଚିତ୍ର । ଏବେ ଆଉ ବାଳିକା ଅବଳା କି ଦୁର୍ବଳା ନାହାନ୍ତି । ଏବେ ସବୁ କ୍ଷେତ୍ରରେ ଆଗରେ ବାଳିକା । ଜୀବନର ସମସ୍ତ ଆହ୍ବାନକୁ ଓଡ଼ିଆ ଗ୍ରହଣ କରନ୍ତି ବାଳିକା । ମାଟିରୁ ଆକାଶ ଏବଂ ଘୋର କୋଣରୁ ମହାକାଶର ସବୁଠାରେ ପ୍ରଶଂସାର ପାତ୍ର ସାଜିଛନ୍ତି ବାଳିକା । ଦିନ ଥିଲା ଭେଦଭାବ, ଅପମାନ ଏବଂ ଅତ୍ୟାଚାରର ସମ୍ମୁଖୀନ ହେଉଥିଲା ଝିଅଟିଏ । ଝିଅମାନେ ଘରେ ରହି ଘରକାମ କରୁଥିଲେ ହେଲେ ଆଜି ଦେଶ ସମ୍ଭାଳୁଛନ୍ତି ମହିଳା । ଦେଶସେବା, ଦେଶରକ୍ଷା ଏବଂ ଦେଶକୁ ପରିଚାଳନା କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହୁଛି । ତେବେ କେତେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଆଜି ମଧ୍ୟ ଲିଙ୍ଗଗତ ଅସମାନତା ଦେଖାଯାଉଛି ।

୧୯୯୫ ମସିହାରେ ଚୀନ୍‌ର ବେଜିଂଠାରେ ଅନୁଷ୍ଠିତ ମହିଳାମାନଙ୍କ ସଂପର୍କିତ ବିଶ୍ବ ସମାବେଶରେ ବିଭିନ୍ନ ରାଷ୍ଟ୍ର ଦ୍ବାରା ସର୍ବସମ୍ମତି କ୍ରମେ ‘ବେଜିଂ ଘୋଷଣାନାମା ଓ ପଦକ୍ଷେପ ପାଇଁ ମଞ୍ଚ’ ଗୃହୀତ ହୋଇଥିଲା ଯାହା କେବଳ ମହିଳାମାନଙ୍କ ପାଇଁ ନୁହେଁ, ବରଂ ଝିଅମାନଙ୍କ ଅଧିକାରକୁ ଆଗକୁ ନେବା ପାଇଁ ସବୁଠାରୁ ପ୍ରଗତିଶୀଳ ନକ୍ସା ଥିଲା।୨୦୧୧ ଡିସେମ୍ବର ୧୯ରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଏକ ସଂକଳ୍ପ ପାରିତ କରି ଅକ୍‌ଟୋବର ୧୧ ତାରିଖକୁ ଅନ୍ତଃରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ୨୦୧୨ ମସିହାରୁ ପ୍ରତି ବର୍ଷ ଏ ଦିବସ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହି ଦିବସ ପାଳନର ସ୍ଲୋଗାନ ହେଉଛି: ‘ଝିଅମାନଙ୍କ ଅଧିକାର ଲାଗି ନିବେଶ: ଆମ ନେତୃତ୍ବ, ଆମ ହିତ’।

ସେହି ଦିନଠାରୁ ଅକ୍ଟୋବର 11 ତାରିଖକୁ ଶିଶୁକନ୍ୟା ଦିବସ ଭାବେ ପାଳନ କରାଯାଉଛି । ବାଳିକାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ସମାଧାନ କରିବା, ସେମାନଙ୍କୁ ସଶକ୍ତିକରଣ ଏବଂ ସେମାନଙ୍କର ମାନବିକ ଅଧିକାର ପୂରଣ ପାଇଁ ଆବଶ୍ୟକତା ଉପରେ ଶିଶୁ କନ୍ୟା ଦିବସ ଗୁରୁତ୍ୱାରୋପ କରିଥାଏ । ଛୋଟ ବୟସରୁ ବାଳିକାମାନଙ୍କୁ ଯଦି ଉଚିତ ଶିକ୍ଷା ଦିଆଯାଏ ତେବେ ସେମାନେ ବଡ଼ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ।

Leave A Reply

Your email address will not be published.