ଆଇଏନଏକ୍ସ ମନି ଲଣ୍ଡରିଂ ମାମଲା; କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ଜବତ କଲା ଇଡି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଇଏନଏକ୍ସ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ଜବତ କଲା ଇଡି ।  ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ତ୍ତି ଚିଦାମ୍ବରମଙ୍କ ୧୧ କୋଟିର ସମ୍ପତ୍ତି ଜବତ କରିଛି । ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ, ଇଡି କର୍ଣ୍ଣାଟକରେ ୧୧.୦୪ କୋଟି ଟଙ୍କା ମୂଲ୍ୟର ଚାରି ସମ୍ପତ୍ତି (ତିନୋଟି ଚଳ ଏବଂ ଗୋଟିଏ ଅଚଳ ସମ୍ପତ୍ତି) ଜବତ କରିଛି, ଯାହା କାର୍ତ୍ତି ପି ଚିଦାମ୍ବରମ ଏବଂ ଅନ୍ୟଙ୍କ ସହ ସମ୍ବନ୍ଧିତ ଅଟେ । ଇଡି କହିଛି ଯେ ଜବତ କରାଯାଇଥିବା ଚାରି ସମ୍ପତ୍ତି ମଧ୍ୟରୁ ଗୋଟିଏ କର୍ଣ୍ଣାଟକର କୁର୍ଗ ଜିଲ୍ଲାରେ ଥିବା ଅଚଳ ସମ୍ପତ୍ତି ଅଟେ । ବୟାନରେ କୁହାଯାଇଛି ଯେ କାର୍ତ୍ତିଙ୍କ ବିରୋଧରେ ମନି ଲଣ୍ଡରିଂ ନିବାରଣ ଅଧିନିୟମ (ପିଏମଏଲଏ) ଆଧାରରେ ଏକ ଅସ୍ଥାୟୀ ଆଦେଶ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ ସାଂସଦ ଅଛନ୍ତି ଏବଂ ତାଙ୍କୁ ଆଇଏନଏକ୍ସ ମାମଲାରେ ସିବିଆଇ ଏବଂ ଇଡି ଉଭୟ ପୂର୍ବରୁ ଗିରଫ କରିଥିଲେ ।  ଇଡି ଆଇଏନଏକ୍ସ ମିଡିଆ ଗ୍ରୁପକୁ ବିଦେଶୀ ନିବେଶ ପ୍ରୋମସନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ଦେବାରେ କଥିତ ଅନିୟମିତତାର ଯାଞ୍ଚ ପାଇଁ ୨୦୧୭ରେ ପିଏମଏଲଏ ଆଧାରରେ ଅପରାଧିକ ମାମଲା ରୁଜୁ କରିଥିଲା । ଆଇଏନଏକ୍ସ ମିଡିଆକୁ ୨୦୦୭-୦୮ରେ ଏଫଆଇପିବି (ବିଦେଶ ନିବେଶ ପ୍ରୋମସନ ବୋର୍ଡ)ର ମଞ୍ଜୁରୀ ମିଳିଥିଲା, ସେବେ ପି ଚିଦାମ୍ବରମ ୟୁପିଏ ସରକାରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଥିଲେ । ଅଭିଯୋଗ ରହିଛି ଏହି ମଞ୍ଜୁରୀ ଆଇନ ନଥିଲା ଏବଂ ତଦନ୍ତକାରୀ ସଂସ୍ଥା ପି ଚିଦାମ୍ବରମଙ୍କ ଉପରେ ନିଜ ପୁଅ କାର୍ତ୍ତିଙ୍କ ମାଧ୍ୟମରେ ମିଡିଆ ଗ୍ରୁପର ପ୍ରମୋଟର ଇନ୍ଦ୍ରାଣୀ ଏବଂ ପିଟର ମୁଖାର୍ଜୀଙ୍କଠାରୁ ଲାଞ୍ଚ ନେଇ ଦୁର୍ନୀତି ଏବଂ ମନି ଲଣ୍ଡରିଂ କରିଥିବା ଆରୋପ ଲଗାଇଛି । ଏଫଆଇପିବିକୁ ମୋଦି ସରକାର ୨୦୧୭ରେ ସମାପ୍ତ କରିଦେଇଥିଲେ ।

ତେବେ ମନି ଲଣ୍ଡ୍ରଂ ମାମଲାରେ ୩ ଦିନ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଥି୍ଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଅନାମଙ୍କ ସହ ଅନ୍ୟମାନଙ୍କୁ ଦଣ୍ଡବିଧାନ ପ୍ରସ୍ତାବ ଦେଇ ଇଡି ୧.୫୨ କୋଟିର ସମ୍ପତ୍ତି ଜବତ କରାଯାଇଥିବା ଦର୍ଶାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ୨୦୨୦ ଜାନୁଆରୀରେ ଜଣେ ପୂର୍ବତନ କନିଷ୍ଠ କିରାଣିଙ୍କ ସହ ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଥିଲା । ପରେ ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋରାପୁଟରେ ଅନାମ ନାଏକଙ୍କ ବିରୋଧରେ ଭିଜିଲାନ୍ସର ଏତଲା ଅନୁସାରେ ଇଡି ତଦନ୍ତ କରି ୧.୫୪ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ପାଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଅନାମ ନାଏକ ଅସାଧୁ ଉପାୟରେ ଆୟ କରିଥିବା ଟଙ୍କା ନିବେଶ କରିଛନ୍ତି । ଅନାମଙ୍କ ସହ ପରିବାରର ସଦସ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.