ଆସନ୍ତାବର୍ଷ ବିଦେଶରେ ଖେଳାଯାଇପାରେ ଆଇପିଏଲ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଇପିଏଲକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତାବର୍ଷ ବିଦେଶରେ ଖେଳାଯାଇପାରେ ଏହି କ୍ରିକେଟ୍ ଲିଗ୍ । ଆସନ୍ତାବର୍ଷ ଅର୍ଥାତ ୨୦୨୪ରେ ଲୋକସଭା ନିର୍ବାଚନ ଦେଖିବ ଭାରତ । ତେଣୁ ଏହି କାରଣରୁ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ଜଲଦି କିମ୍ବା ବିଦେଶରେ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଅଛି । ତେଣୁ ଏଭଳି ସମୟରେ ଆଇପିଏଲ୍ ଆୟୋଜନ ହେଲେ ନାନାଦି ଅସୁବିଧା ଦେଖିବାକୁ ମିଳିପାରେ । ତେଣୁ ଆସନ୍ତାବର୍ଷ ଆଇପିଏଲକୁ ମାର୍ଚ୍ଚ ମାସରେ ଆରମ୍ଭ କରିବାକୁ ଯୋଜନା କରାଯାଉଛି । ନଚେତ୍ ଅନ୍ୟଥର ଭଳି ଏଥର ମଧ୍ୟ ଆଇପିଏଲ ବିଦେଶରେ ଆୟୋଜନ ହେଇପାରେ ।

 

Leave A Reply

Your email address will not be published.