ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଆଇପିଏଲ୍ର ୧୦ତମ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଅଦେନ ମାର୍କ୍ରମଙ୍କ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ହାଇଦ୍ରାବାଦ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୨୧ ରନ୍ରେ ଅଟକି ଯାଇଥିଲା।ଫଳରେ ଲକ୍ଷ୍ନୌ ଆଗରେ ୧୨୨ ରନ୍ର ଟାର୍ଗେଟ୍ ରଖିଛି ହାଇଦ୍ରାବାଦ।
ହାଇଦ୍ରାବାଦର ଦୁଇ ଓପନର ଅନ୍ମୋଲପ୍ରୀତ ସିଂ ଏବଂ ମୟଙ୍କ ଅଗ୍ରୱାଲ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଦଳର ୨୧ ରନ୍ରେ ମୟଙ୍କ ୮ ରନ୍ କରି ଆଉଟ ହୋଇଯାଇଥିଲେ। ଅନ୍ୟପକ୍ଷେ ରାହୁଲ ତ୍ରିପାଠୀ ୩୫ ରନ୍ କରିଥିବା ବେଳେ ଅନମୋଲପ୍ରିତ ସିଂ ୩୧ ରନ୍ କରିଥିଲେ। କିନ୍ତୁ ଦଳର ଷ୍ଟାର ବ୍ୟାଟର ତଥା ଅଧିନାୟକ ଅଦେନ ବିଫଳ ହୋଇଥିଲେ । ଅଦେନ ଖାତା ଖୋଲି ନ ପାରି ଆଉଟ୍ ହୋଇଯାଇଥିଲେ। ସେହିପରି ଓ୍ବାସିଂଟନ ସୁନ୍ଦର ୧୬ ରନ୍ କରିଥିବା ବେଳେ ଶେଷ ବେଳକୁ ଅବଦୁଲ ସମାଦ ୨ଟି ଛକା ସହ ୨୧ ରନ୍ କରି ଦଳୀୟ ସ୍କୋରକୁ ୧୨୧ରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଲକ୍ଷ୍ନୌର କ୍ରୁନାଲ ପାଣ୍ଡ୍ୟା ଦମ୍ଦାର ବୋଲିଂ କରି ୪ ଓଭରରେ ୧୮ ରନ୍ ଦେଇ ୩ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ସେହିପରି ଅମିତ ମିଶ୍ର ୨ଟି ଉଇକେଟ ନେଇଥିବା ବେଳେ ୟଶ ଠାକୁର ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ।