ହର୍ମୁଜ ଜଗିଥିବା ଇରାନ କମାଣ୍ଡର ନିପାତ

0

ଓଡ଼ିଆ ନ୍ୟୁଜ୍: ହର୍ମୁଜ ପ୍ରଣାଳୀ ଜଗିଥିବା ଇରାନ କମାଣ୍ଡର ଅଲିରେଜା ଟାଙ୍ଗସିରି ନିପାତ।ଅଲିରେଜା ଟାଙ୍ଗସିରିକୁ ହତ୍ୟା କରାଯାଇଥିବା ଦାବି କଲା ଇସ୍ରାଏଲ୍‌।ଇରାନର ଶକ୍ତିଶାଳୀ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (IRGC)ର ନୌସେନା କମାଣ୍ଡର ଆଲିରେଜା ତାଙ୍ଗସିରିଙ୍କୁ ହତ୍ୟା କଲା IDF। ହରମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରିବାରେ ତାଙ୍କର ଥିଲା ବଡ଼ ଭୂମିକା। ଇସ୍ରାଏଲ ଏହି ଆକ୍ରମଣର ସୂଚନା ଦେଇଛି। ଯଦି ଏହା ସତ ହୁଏ, ତେବେ ଏହା ପାରସ୍ୟ ଉପସାଗରରେ ଇରାନର ନୌସେନା ରଣନୀତିକୁ ଏକ ବଡ଼ ଆଘାତ ଦେଇପାରେ।

ତାଙ୍ଗସିରି IRGCର ନୌସେନା ଶାଖାର ନେତୃତ୍ୱ ନେଇଥିଲେ। ହରମୁଜ୍ ପ୍ରଣାଳୀର ଅବରୋଧ ତଦାରଖ କରିବା ପାଇଁ ଦାୟୀ ଥିଲେ। ଏହି ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ, ଯାହା ବିଶ୍ୱର ପ୍ରାୟ 20-25% ଅଶୋଧିତ ତୈଳ ବାଣିଜ୍ୟ ବହନ କରେ। ତାଙ୍କ ହତ୍ୟା ଇରାନର ନୌସେନା ଶକ୍ତିକୁ ଦୁର୍ବଳ କରିପାରେ ଏବଂ ପାରସ୍ୟ ଉପସାଗରରେ ଏହାର ରଣନୈତିକ ସ୍ଥିତିକୁ ପରିବର୍ତ୍ତନ କରିପାରେ।

Leave A Reply

Your email address will not be published.