ଅଧା ବାଟରେ ଅଟକିଲା ରୁକୁଣା ରଥ

0

ଓଡ଼ିଆ ନ୍ୟୁଜ୍: ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଘଣ୍ଟ ଘଣ୍ଟା, ଶଙ୍ଖନାଦ ଓ ହୁଳହୁଳି ଶବ୍ଦରେ କମ୍ପୁଥିଲା ପୁରା ଏକାମ୍ର କ୍ଷେତ୍ର। ଅଶୋକାଷ୍ଟମୀର ପବିତ୍ର ଅବସରରେ ଶ୍ରଦ୍ଧାଳୁଙ୍କ ଗହଳି ଭିତରେ ଗଡ଼ିଥିଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ। କିନ୍ତୁ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଆଜି ମାଉସୀ ମା’ ମନ୍ଦିର ବା ରାମେଶ୍ୱର ମନ୍ଦିରରେ ପହଞ୍ଚି ପାରିନାହାନ୍ତି ମହାପ୍ରଭୁ।

ସକାଳୁ ମଙ୍ଗଳ ଆଳତି, ସାହାଣମେଳା ଦର୍ଶନ ଓ ପହଣ୍ଡି ନୀତି ପାଇଁ ଧାର୍ଯ୍ୟ ସମୟ ଠାରୁ ପ୍ରାୟ ଘଣ୍ଟାଏ ରୁ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା। ଏହି କାରଣରୁ ରଥ ଟଣା ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ସେହିଭଳି ଅଣସେବାୟତଙ୍କ ପ୍ରବେଶ ପାଇଁ ମଧ୍ୟ ରଥଟଣା ବିଳମ୍ବ ହୋଇଥିଲା। ପରମ୍ପରା ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ରଥ ଟଣାଯାଏ ନାହିଁ। ଆଜି ସନ୍ଧ୍ୟା ହୋଇଯିବାରୁ ରଥକୁ ତିନି ମୁଣ୍ଡିଆ ଛକ ପାଖରେ ଅଟକାଇ ରଖା ଯାଇଛି ।

Leave A Reply

Your email address will not be published.