ଭୟଙ୍କର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ

0

ଓଡ଼ିଆ ନ୍ୟୁଜ୍: ମଧ୍ୟପ୍ରାଚରେ ଭୟଙ୍କର ହେଉଛି ଯୁଦ୍ଧ। ନବମ ଦିନରେ ଜାରି ରହିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ଚାଲିଛି କ୍ଷେପଣାସ୍ତ୍ର ମାଡ।ଯୁଦ୍ଧ ପାଇଁ ଦୁଇ ଦେଶରେ ଅନେକ କ୍ଷତି ହୋଇଛି । ଯୁଦ୍ଧରେ ଶହଶହ ଲୋକ ପ୍ରାଣ ହରାଇଛନ୍ତି । ଇରାନର କୋମ୍ ଏବଂ ଇସ୍ଫାହାନ୍ ସହର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ।

ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି ।ଯୁଦ୍ଧର ଅଷ୍ଟମ ଦିନରେ ଇସ୍ରାଏଲରେ ୨୪ ଜଣ ପ୍ରାଣ ହରାଇଛନ୍ତି । ୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲ ଆକ୍ରମଣରେ ଇରାନରେ ୬୫୭ ଜଣଙ୍କ ଜୀବନ ଯାଇଛି । ୨ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ୬୦ ଘଣ୍ଟା ଧରି ଇରାନରେ ଇଣ୍ଟରନେଟ୍ ସେବା ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।

Leave A Reply

Your email address will not be published.