ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିରାଟ କୋହଲିଙ୍କ ରହସ୍ୟ ଖୋଲିଲେ ଈଶାନ୍ତ। ସମ୍ପ୍ରତି ଏହି ଶ୍ରେଷ୍ଠ ଆଧୁନିକ ବ୍ୟାଟର୍ ବ୍ରିଟେନ୍ ଗସ୍ତରେ ଜଣେ ସାଧାରଣ ବ୍ୟକ୍ତି ଭାବେ ହାଲକା ଫୁଲ୍କା ମୁହୂର୍ତରେ ବସି ଗାର୍ଡିଏନ୍ ଖବର କାଗଜର ଖେଳ ପୃଷ୍ଠା ପଢ଼ୁଥିବା ବେଳର ଫଟୋକୁ ଇନ୍ଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଆମ ସହରରେ ଥିବାରୁ କୃତଜ୍ଞତା ଜଣାଉଛୁ ବୋଲି ମଧ୍ୟ ବ୍ରିଟିସ୍ ଆଡଭେଞ୍ଚେର୍ ବିୟର୍ ଗ୍ରିଲ୍ସ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛି। ଅନ୍ୟପକ୍ଷରେ କୋହଲିଙ୍କ ଦିଲ୍ଲୀ ସାଥୀ କ୍ରିକେଟର୍ ଈଶାନ୍ତ ଶର୍ମା ଏକ ରହସ୍ୟ ଉପରୁ ପରଦା ହଟାଇଛନ୍ତି। କୋହଲିଙ୍କ ଫିଟନେସ୍ ସ୍ତର ଅଭିଯାନ ୨୦୧୨ ପରଠାରୁ ଆରମ୍ଭ ହୋଇଥିଲା। ଏହା ପରଠାରୁ ମାତ୍ର ଥରେ କି ଦି ଥର ସେ ଛୋଲେ ଭତୁରେ ଖାଇଥିବେ। ଏତେ ସକରାତ୍ମକ ମନୋଭାବରେ ଥାଆନ୍ତି ଯେ ସେ ଅନ୍ୟମାନଙ୍କ ସହ ତୁଳନୀୟ ନୁହନ୍ତି। ଦିଲ୍ଲୀ ଲୋକ ସାଧାରଣତଃ ଅଧିକ ଖାଇଥାନ୍ତି, ବିରାଟ କିନ୍ତୁ ସବୁ ଛାଡ଼ିଥାନ୍ତି। ୧୯ ବର୍ଷରୁ କମ୍ କ୍ରିକେଟ୍ ଜୀବନ ବେଳର ଏକ କଥାକୁ ମଧ୍ୟ ଈଶାନ୍ତ ମନେ ପକାଇଥିଲେ। ସେ କହିଥିଲେ କୋଲକାତାରେ ଦିନେ ଆମେ ରାତିସାରା ପାର୍ଟିରେ ସମୟ କାଟିଥିଲୁ।
ପୂର୍ବଦିନରୁ ଅପରାଜିତ ରହିଥିବା କୋହଲି ତା’ପରଦିନ ୨୫୦ ରନ୍ ସ୍କୋର୍ କରିଥିଲେ। ସଚିନ ପାଜୀ କୁହନ୍ତି ‘ଆଶା’ ଏକ ଶବ୍ଦ ନୁହେଁ ଏକ ଅନୁଭବ। କୋହଲିଙ୍କ ଅଭିଧାନରେ କିନ୍ତୁ ‘ଆଶା’ ବୋଲି କିଛି ଶବ୍ଦ ନାହିଁ। ସେ ଅତ୍ୟନ୍ତ ଗଭୀର ଭାବେ ‘ବିଶ୍ବାସ’ରେ ବିଶ୍ବାସ କରିଥାନ୍ତି। ଭାରତୀୟ କ୍ରିକେଟ୍ ଦଳର ଉଦୀୟମାନ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଚଳିତ ମାସରେ ବିବାହ କରିବା ପରେ ଏହା ବିଶେଷ ଭାବେ ପ୍ରସିଦ୍ଧ ହୋଇଛି। ଦକ୍ଷିଣ ଭାରତୀୟ ପରମ୍ପରା ଅନୁସାରେ ତାଙ୍କ ବାନ୍ଧବୀ ରଚନାଙ୍କୁ ବିବାହ କରିଛନ୍ତି। ବିବାହ ବିଧିର ବିଭିନ୍ନ ମୁହୂର୍ତର ଏକାଧିକ ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ଏହାକୁ ପ୍ରଶଂସକମାନେ ଭାରି ପସନ୍ଦ କରିଛନ୍ତି। ଏହି ବିବାହ ଉତ୍ସବରେ ଯଶପ୍ରୀତ୍ ବୁମରା, ମୟଙ୍କ ଅଗ୍ରୱାଲ, ଶ୍ରେୟସ ଆୟର, ଦେବୀଦତ୍ତ ପଡ଼ିକଲ, କ୍ରିଷ୍ଣପା ଗୌତମ ପ୍ରମୁଖ କ୍ରିକେଟର୍ ମଧ୍ୟ ସାମିଲ ହୋଇଥିଲେ। ଆହତ କାରଣରୁ ପ୍ରସିଦ୍ଧ ଗତ ଆଇପିଏଲ୍ରେ ଖେଳିପାରିନଥିଲେ।