ଜଳୁଛି ଇସଲାମାବାଦ୍: ପୁନଃ ନିର୍ବାଚନ ଦାବି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜଳୁଛି ପାକିସ୍ତାନ, ବିଗୁଡ଼ୁଛି ସ୍ଥିତି । ଇସଲାମାବାଦରେ ତହେରିକ-ଏ-ଇନ୍ସାଫ୍ ପକ୍ଷରୁ ଇମ୍ରାନଙ୍କ ରାଲି । ଦେଶରେ ପୁଣି ନିର୍ବାଚନ ଘୋଷଣା କରିବାକୁ ଦାବି । ପାକିସ୍ତାନରେ ହିଂସା । ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନରେ ସରକାର ପରିବର୍ତ୍ତନ ହେବା ପରେ ଲଗାତର ଭାବେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁନଃନିର୍ବାଚନ ଦାବି କରି ନିଜ ସମର୍ଥକଙ୍କ ସହ ଇସଲାମବାଦରେ ସମାବେଶ କରିଥିଲେ । ଏହି ସମାବେଶକୁ ରୋକିବା ପାଇଁ ପାକ୍ ସରକାର ସେନା ମୁତୟନ କରିଛନ୍ତି । ଏହି ସମୟରେ ପୋଲିସ ଓ ଇମ୍ରାନ ଖାନଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ ।

ପରିସ୍ଥିତି ଏପରି ହୋଇଥିଲା ଯେ, ଇମ୍ରାନ ଖାନଙ୍କ ସମର୍ଥକମାନେ ଇସଲାମାବାଦରେ ଥିବା ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିର୍ବାଚନ ନେଇ ପରବର୍ତ୍ତୀ ତାରିଖ ଘୋଷଣା ନହେବା ପର୍ୟ୍ୟନ୍ତ ସେ ଇସଲାମାବାଦ ଛାଡିବେନି ବୋଲି ଚେତାବନୀ କହିଛନ୍ତି ।

Leave A Reply

Your email address will not be published.