ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗାଜାର ହମାସ କ୍ୟାମ୍ପ ଉପରେ ୧୬ଟି ରକେଟ୍ ମାଡ଼ କଲା ଇସ୍ରାଏଲ୍ । ପୁଣି ଥରେ ଏୟାର୍ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ଗାଜାର ଆତଙ୍କବାଦୀ ସଂଗଠନ ହମାସ ଉପରେ ଇସ୍ରାଏଲ୍ ଏୟାର୍ ଷ୍ଟ୍ରାଇକ୍ କରିଛି । ବୁଧବାର ଭୋର ସମୟରେ ଏହି ଏୟାରଷ୍ଟ୍ରାଇକ୍ ହୋଇଛି । ଇସ୍ରାଏଲ୍ କଷ୍ଟୁଡିରେ ଥିବା ପାଲେଷ୍ଟାଇନ୍ ନାଗରିକମାନେ ଅନଶନ କରିବା ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏଥିରେ କ୍ରୋଧିତ ହୋଇ ଗାଜା ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ୍କୁ ୧୦୪ ରକେଟ୍ ମାଡ଼ କରାଯାଇଥିଲା । ଏହାର ଜବାବରେ ଇସ୍ରାଏଲ୧୬ଟି ରକେଟ୍ ମାଡ଼ କରିଛି । ସବୁଯାକ ହମାସ ପୋଜିସନ ଉପରେ ମାଡ଼ କରାଯାଇଛି ।
ଏୟାର୍ ଷ୍ଟ୍ରାଇକ୍ ନେଇ ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗାଜାପଟ୍ଟିର ଏକାଧିକ ସ୍ଥାନ ଉପରେ ରକେଟ୍ ମାଡ଼ କରାଯାଇଛି। ହମସା ଟ୍ରେନିଂ କ୍ୟାମ୍ପରେ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ ସେନା ସୂଚନା ଦେଇଛି। ଟ୍ୱିଟ୍ କରି ଇସ୍ରାଏଲ୍ ସେନା କହିଛି “ଗାଜା ପକ୍ଷରୁ ଇସ୍ରାଏଲ ଲୋକଙ୍କ ଉପରେ ଏକାଧିକ ଡଜନ ରକେଟ୍ ମାଡ଼ କରାଯାଇଥିଲା। ବାଧ୍ୟ ହୋଇ ସେମାନଙ୍କୁ ବମ୍ ସେଲ୍ଟର ଭିତରେ ରହିବାକୁ ପଡ଼ିଥିଲା।