ଏବର୍ଷ ଅଧିକ ବର୍ଷା

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଏବର୍ଷ ସାରା ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଏହି ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଚଳିତ ଥର ୧୦୩ ପ୍ରତିଶତ ବର୍ଷା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଏପ୍ରିଲରେ ଆଇଏମଡିଙ୍କ ପକ୍ଷରୁ କୁହାଯାଇଥିଲା ଚଳିତ ଥର ସାମାନ୍ୟ ବର୍ଷା ହେବ । ତେବେ ବର୍ତ୍ତମାନ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ସୂଚନା ମିଳିଛି ।

ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି । ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷା ମଧ୍ୟ ହେଉଛି । ମଧ୍ୟ ଭାରତରେ ୧୦୬ ପ୍ରତିଶତ ବର୍ଷା ନେଇ ମଧ୍ୟ ଅନୁମାନ ରହିଛି। ସେହିଭଳି ଉତ୍ତର-ପୂର୍ବ କ୍ଷେତ୍ରରେ ସାମାନ୍ୟ କମ ବର୍ଷା ନେଇ ଅନୁମାନ ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଦାରିତ ସମୟର ତିନିଦିନ ପୂର୍ବରୁ ରବିବାର କେରଳ ଛୁଇଁଛି ।

Leave A Reply

Your email address will not be published.