ଖାରଜ ହେଲା ଜଗଦ୍ଦେବଙ୍କ ଜାମିନ, ଜେଲ ଗଲେ ଚିଲିକା ବିଧାୟକ

0

ଚିଲିକା(ଓଡ଼ିଆ ନ୍ୟୁଜ): ବାଣପୁର କୋର୍ଟରେ ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ ଯାଇ ଅନ୍ତରୀଣ ଜାମିନରେ ଥିଲେ ଜଗଦ୍ଦେବ । କୋର୍ଟ ରାୟ ଶୁଣାଣିରେ କହିଛନ୍ତି ଯେ, ଯେଉଁଭଳି ଭାବେ ଅଭିଯୁକ୍ତ ଜଣକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଏବଂ ଅନେକ ଲୋକଙ୍କୁ ଆହତ କଲେ, ଏହା ଜଣେ ଜନପ୍ରତିନିଧିଙ୍କୁ ଆଦୌ ଶୋଭା ଦିଏ ନାହିଁ । ତାଙ୍କୁ ଜାମିନ ଦେଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ । ତାଙ୍କ ଦେହ ଖରାପ ଥିଲେ, ସେ ଜେଲରେ ଥାଇ ଚିକିତ୍ସା ସୁବିଧା ନେଇପାରିବେ । କିନ୍ତୁ ତଦନ୍ତ ଚାଲିଥିବା ବେଳେ ତାଙ୍କୁ ଆଉ ଜାମିନ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ସୂଚନା ଥାଉକି, ପୌର ନିର୍ବାଚନ ପରେ ମାର୍ଚ୍ଚ ୧୨ରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ସାଧାରଣ ଲୋକଙ୍କ ସହ ପୋଲିସ୍ କର୍ମୀ ବି ଆହତ ହୋଇଥିଲେ । ଏହାପରେ ତାଙ୍କୁ ମାର୍ଚ୍ଚ ୨୨ରେ ଗିରଫ କରାଯାଇଥିଲା । ମାର୍ଚ୍ଚ ୩୧ରେ ବାଣପୁର ଜେଏମଏଫସି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଓ ଏହାପରେ ସେ ଜେଲ ଯାଇଥିଲେ । ଏହାପରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ହାଇକୋର୍ଟ ତାଙ୍କୁ ଏପ୍ରିଲ ୨୭ରେ ଅନ୍ତରୀଣ ଜାମିନ ଦେଇଥିଲେ । ଏହାପରେ ପ୍ରଥମେ ମେ ୧୧ ଓ ପରେ ମେ ୨୩ ପର‌୍ୟ୍ୟନ୍ତ ଅନ୍ତରୀଣ ଜାମିନକୁ ବଢ଼ାଇଥିଲେ କୋର୍ଟ ।

Leave A Reply

Your email address will not be published.