୫ବର୍ଷ ମଧ୍ୟରେ ସରିବ ଜୟପୁର-ନବରଙ୍ଗପୁର-ମାଲକାନଗିରି ରେଳପଥ କାମ: ଡିଆରଏମ୍

0

ଜୟପୁର(ଓଡ଼ିଆ ନ୍ୟୁଜ): ୫ବର୍ଷ ମଧ୍ୟରେ ସାରିବ ଜୟପୁର-ନବରଙ୍ଗପୁର-ମାଲକାନଗିରି ରେଳପଥ କାମ । ଏନେଇ ଲକ୍ଷ ଧାର୍ଯ୍ୟ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟସରକାର। ଦିନିକିଆ ଗସ୍ତରେ ଆସି ପୂର୍ବତଟ ରେଳପଥର ଡିଆରଏମ୍ ଅନୁପ କୁମାର ଶତପଥୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟସରକାରଙ୍କ ନିର୍ଦେଶରେ ୩ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଜମି ଅଧିଗ୍ରହଣ ପାଇଁ ବିଭିନ୍ନ ପ୍ରକ୍ରିୟା ଜାରି ରହିଛି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ କିଛି ବାଧକ ରହିଛି ନା ନାହିଁ, କିଛି ସ୍ଥାନରେ ୨ଟି ଯାକ ଲାଇନକୁ ସ୍ଥାନ ପରିବର୍ତ୍ତନ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଥିବାରୁ ସେ ସଂପର୍କରେ ବି ସେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ।

ପ୍ରାରମ୍ଭିକ ଭାବେ ଏହି ରେଳପଥ ପାଇଁ ଗୋଟିଏ ବ୍ରିଜର ଟେଣ୍ଡର ପ୍ରକ୍ରିୟା ସାରିବା ସହ ଏହି ବର୍ଷ କାମ ବି ଆରମ୍ଭ କରିବା ଯୋଜନା ରହିଛି ବୋଲି କହିଛନ୍ତି ଡିଆରଏମ୍। ଜୟପୁର ରେଳଷ୍ଟେସନ ଆଗାମୀ ଦିନରେ ଜଙ୍କସନ୍ ଭାବେ ପରିଣତ ହେବ। ଏହାର ଅନୁସଙ୍ଗିକ ଭିତ୍ତିଭୁମି ଓ ଷ୍ଟେସନର ରୁପ ରେଖରେ ବି ବ୍ୟାପକ ପରିବର୍ତ୍ତନ କରାଯିବ।

Leave A Reply

Your email address will not be published.