ଯାଜପୁର ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ତେବେ ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦୁଇଟି ବାଇକ୍ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ବଇରୀ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ବାଇକ୍ରେ ୩ ଜଣ ଛତିଆ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଫଳରେ ଦୁଇ ଜଣଙ୍କ ମୃତଦେହ ଖଣ୍ତ ବିଖଣ୍ଡିତ ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ବୋମା ମାଡ଼ ହୋଇଛି ନା ଏମାନେ ବୋମା ନେଇ ଯାଉଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଏହି ବିସ୍ଫୋରଣରେ ଦୁଇଟି ବାଇକ୍ ଭାଙ୍ଗି ରୁଜି ଯାଇଛି ବାଇପାସ୍