ଜାମ୍ମୁକାଶ୍ମୀରରେ ସେନା ଗାଡି ଦୁର୍ଘଟଣା ଗ୍ରସ୍ତ, 3 ଯବାନ ମୃତ

0

ଓଡ଼ିଆ ନ୍ୟୁଜ୍: ଜାମ୍ମୁ କାଶ୍ମୀରରେ ସିଆରପିଏଫଙ୍କ ଗାଡି ର୍ଦୁଘଟଣା ଗ୍ରସ୍ତ । ଜାମ୍ମୁ କାଶ୍ମୀରର ଉଧମପୁରରେ ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଗଭିର ଘାଇ ମଧ୍ୟକୁ ଖସି ପଡ଼ିଥିଲା । ଏହି ର୍ଦୁଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ଅଛନ୍ତି । ଆହତ ଯବାନ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଡ଼ିସି ସାଲୋନିଙ୍କ ରାୟଙ୍କ ସହ କଥା ହୋଇଛନ୍ତି ଯିଏକି ଘଟିଥବା ଦୁର୍ଘଟଣା ଅପଡ଼େଟ ଦେଉଛନ୍ତି । ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନେଜ ସିହ୍ନା ର୍ଦୁଘଟଣାରେ ଶୋକ ପ୍ରକାଶ କରିବା ସହ ଆହାତ ଯବାନମାନଙ୍କୁ ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.