କ୍ରାଇମବ୍ରାଞ୍ଚ ଜାଲରେ ଜମତରା ଗ୍ୟାଙ୍ଗ । ଜମତରା ଗ୍ୟାଙ୍ଗ ଗିରଫ ଘଟଣାରେ କ୍ରାଇମ ବ୍ରାଞ୍ଚ ଏଡିଜିପ ସଂଜୀବ ପଣ୍ଡାଙ୍କ ପ୍ରେସମିଟ । ଏନେଇ ୩ ଅଭିଯୁକ୍ତଙ୍କୁ ଚାରି ଦିନିଆ ରିମାଣ୍ଡରେ ମାରାଥନ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ତଥ୍ୟ । ଗିରଫ ୩ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ୭ ରାଜ୍ୟର ପୁଲିସ । ଏହି ୩ ଜଣ ମାଧ୍ୟମ ସାଜିଥିବା ବେଳେ ସେମାନଙ୍କୁ ଝାଡଖଣ୍ଡରୁ ମୁଖ୍ୟ ମାଷ୍ଟର ମାଇଣ୍ଡ ଏମାନଙ୍କୁ ଅପରେଟ କରୁଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ଠକେଇ କରୁଥିଲା ଜମତରା ଗ୍ୟାଙ୍ଗ । ଠକେଇ ହେଉଥିବା ସବୁ ଟଙ୍କା ମାଷ୍ଟର ମାଇଣ୍ଡ ପାଖକୁ ଯିବା ପରେ ଏମାନଙ୍କୁ ଅର୍ଥ ମିଳୁଥିଲା । ୨୦ ହଜାର ଡାଟାକୁ ନେଉଥିଲେ ୫ ହଜାର ଟଙ୍କା । ଏହି କାମ ମୁମ୍ବାଇର ଜଣେ ବ୍ୟକ୍ତି କରୁଥିବା କହିଛି କ୍ରାଇମବ୍ରାଞ୍ଚ । ସାଇବର ଠକଙ୍କ ବିରୁଦ୍ଧରେ ୭ଟି ରାଜ୍ୟରେ ୫୫ଟି ମାମଲା ରୁଜୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ତାଲିକା ଆଗକୁ ଆହୁରି ଲମ୍ବିପାରେ ବୋଲି ଅନୁମାନ କରୁଛି କ୍ରାଇମବ୍ରାଞ୍ଚ । ବ୍ୟାକିଂ ତଥ୍ୟ ଦେଉଥିବା ବ୍ୟକ୍ତିର ସୁରାକ ପାଇଛି କ୍ରାଇମବ୍ରାଞ୍ଚ । ତେବେ ଅଧିକ ତଦନ୍ତ ପାଇଁ ମୁମ୍ବାଇ ଓ ଝାଡଖଣ୍ଡ ଯିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ । ମୁଖ୍ୟ ମାଷ୍ଟର ମାଇଣ୍ଡ ସହ ଗ୍ୟାଙ୍ଗର ଅନ୍ୟ ସଦସ୍ୟ କେବେ ଧରା ପଡୁଛନ୍ତି ଏବେ ତାହା ଉପରେ ନଜର ।