ନୂଆପଡା ଉପନିର୍ବାଚନ, ନାମାଙ୍କନ ଭରିଲେ ଜୟ ଢୋଲକିଆ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରାର୍ଥିପତ୍ର ଦାଖଲ।ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ।ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କଲେ।ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା ଉପସ୍ଥିତ କଲେ ନାମାଙ୍କନ।ବିରାଟ ପଟୁଆରରେ ବାହାରିଥିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ।

ମା’ଙ୍କ ଆଶୀର୍ବାଦ ନେଇ ଜୟ ଘରୁ ଗୋଡ଼ କାଢିଥିବା ବେଳେ ଗାଡ଼ି ଆଗରେ ଦେଖିବାକୁ ମିଳିଛି ବାପାଙ୍କ ଫଟୋଚିତ୍ର। ଖରିଆର ରୋଡରୁ ଉପଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ବିଶାଳ ରାଲିଲେ ହଜାରହଜାର ଲୋକେ ସାମିଲ ହୋଇଛନ୍ତି। ୧୧ ତାରିଖରେ ଭାଜପାରେ ସାମିଲ ହୋଇଥିଲେ ଜୟ ଢୋଲକିଆ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛିି।

Leave A Reply

Your email address will not be published.