ଓଡ଼ିଆ ନ୍ୟୁଜ୍: ବିଜେଡିକୁ କଡ଼ା କାଉଣ୍ଟର କଲେ ବିଧାୟକ ଜୟନାରାୟଣ ମିଶ୍ର।ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ କହି ତାଚ୍ଛଲ୍ୟ କଲେ ଜୟନାରାୟଣ। ‘BJD ମରିଯାଉଥିବା ଲୋକେ କହୁଛନ୍ତି, ସେମାନେ ବଞ୍ଚେଇବା ପାଇଁ ସୋ’ କରୁଛନ୍ତି।’ସେମାନେ ମରନ୍ତୁ ନାହିଁ ବଞ୍ଚିଥାନ୍ତୁ, ସାଲାଇନ ଦରକାର ହେଲେ ଦେବୁ।’କୌଣସି ସଂଗଠିତ କ୍ରାଇମ୍ ଓଡ଼ିଶାରେ ନାହିଁ; ମାଫିଆ ଥିଲେ, ଆଜି ନାହିଁ। ‘ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଯାହା କରିଥିଲେ ଆମେ କରିନୁ।’ନବୀନଙ୍କ ଯେଉଁ ଅଂହ ଥିଲା ଟିକେ କଟିଛି, ଲୋକଙ୍କୁ ଭେଟିବା କଥା’।
ଅମେ କହୁଛୁ ଦେଢ଼ ସଂଗଠନ ସେମାନେ କହୁଛନ୍ତି ବଞ୍ଚିଛୁ । ବଞ୍ଚିବାକୁ ସାଲାଇନ ଦରକାର ହେଲେ ଦେବୁ । ସେମାନେ ମରନ୍ତୁ ନାହିଁ ବଞ୍ଚିଥାନ୍ତୁ । ସାଲାଇନ ଦରକାର ହେଲେ ଦେବା । ୨୦୨୪ପୂର୍ବରୁ କ’ଣ ପରିସ୍ଥିତି ଥିଲା ଏବର କ’ଣ ପରିସ୍ଥିତି ଥିଲା ଦୁଇଟାକୁ ଗ୍ରହଣ କରନ୍ତୁ । ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ । ଚିରାଚରିତ ହିସାବରେ କେଉଁଠି କ’ଣ ଘଟିଛି ପୋଲିସ ଆକ୍ସନ ନେଇଛି । କୌଣସି ସଂଗଠିତ କ୍ରାଇମ ଓଡ଼ିଶାରେ ନାହିଁ । ମାଫିଆ ଥିଲେ ଆଜି ନାହିଁ । ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଯାହା କରିଥିଲେ ଆମେ ଗୋଟିଏ ଘଟଣା କରିନୁ । ଗୋଟିଏର ବି ତଦନ୍ତ ହେଲାନି । କେତେ ଘଟଣା ଘଟିଗଲା ବିଜେଡି ସମୟରେ ନିଜ ଆଙ୍ଗୁଠିରେ ଗଣିପାରିବେ ବୋଲି ଜୟ ନାରାୟଣ କହିଛନ୍ତି ।