ଏନଡିଏରେ ମିଶିଲା ଜେଡିଏସ୍

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଏନଡିଏରେ ମିଶିଲା ଜେଡିଏସ୍। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ାଙ୍କ ଦଳ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଜେଡିଏସ୍ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଶୁକ୍ରବାର ତାଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ ଏନଡିଏରେ ଜେଡିଏସ୍ ମିଶିବା ନେଇ ଔପଚାରିକ ଘୋଷଣା ହୋଇଥିଲା । ଏହି ଅବସରରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଆସନ ଭାଗବଣ୍ଟା ନେଇ ତିନି ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।

ତେବେ କୁମାରସ୍ବାମୀ କହିଛନ୍ତି ଯେ ତାଙ୍କ ଦଳ ତରଫରୁ ସେଭଳି କିଛି ଦାବି ହୋଇନାହିଁ । ତେବେ ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ସଭାପତି ଜେପି ନଡ୍ଡା ଟୁଇଟ କରି ସୂଚନା ଦେଇଛନ୍ତି।ନିଜ ଟୁଇଟରେ ନଡ୍ଡା ଲେଖିଛନ୍ତି “କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀଙ୍କୁ ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭେଟିଛନ୍ତି। ଆମେ ତାଙ୍କୁ ଏନଡିଏରେ ହୃଦୟର ସହ ସ୍ୱାଗତ କରୁଛୁ।

Leave A Reply

Your email address will not be published.