ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍। ରାଜଗାଙ୍ଗପୁର ଟାଉନରେ ଥିବା ଏକ ସୁନା ଦୋକାନରୁ ଳକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ଥାନରେ ଅଭିଯୋଗ ହୋଇଛି। ପ୍ରାୟ ୧୦ କେଜି ରୁପା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି।
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମୁଖ୍ୟ ମାର୍ଗ ସ୍ଥିତ ଭୋଳାରାମ ଜୁଏଲର୍ସ ନାମକ ଏକ ସୁନା ଦୋକାନରେ ଗତ କାଲି ରାତିରେ ଚୋର ମନେ କଳାକନା ବୁଲେଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଯାଇଛନ୍ତି। ଚୋର ମାନେ ଦୋକନର ଆଜବେଷ୍ଟସ ବାହାର କରି ଦୋକାନର ସିଲିଂ ଭାଙ୍ଗି ଦୋକାନ ଭିତରକୁ ପଶିଥିଲେ। ପ୍ରାଥମିକ ସୂଚନା ଅନୁଯାଇ ପ୍ରାୟ ୧୦ କେଜିର ରୂପା ଅଳଙ୍କାର ( ପ୍ରାୟ ୭ ଲକ୍ଷ ୫୦ହଜାର ଟଙ୍କାର) ନେଇଯାଇଥିବା ବେଳେ ଦୋକାନରେ ଥିବା ଲୁହା ଚେମ୍ବରକୁ ଭାଙ୍ଗି ନପାରିବାରୁ ସୁନା ଅଳଂକାର ଚୋରୀରୁ ବର୍ତ୍ତୀ ଯାଇଥିଲା । ମାତ୍ର ଚୋର ଦୋକାନରେ ଏକ ମୋବାଇଲ ଛାଡି ଯାଇଛନ୍ତି ।
ଖବର ପାଇଁ ରାଜ ଗାଙ୍ଗପୁର ପୁଲିସ ଘଟଣାସ୍ଥଳକୁ ଯାଇ ମୋବାଇଲକୁ ଜବତ କରି ଦୋକାନରେ ଥିବା ସିସିଟିଭି ଦ୍ୱାରା ଅନୁସନ୍ଧାନ ଜାରୀ ରଖିଛନ୍ତି। ମାତ୍ର ଲୁଟ୍ ହୋଇଥିବା ନେଇ ଖବର ପାଇ ଆଜି ସକାଳେ ପହଞ୍ଚିଥିଲେ। ପୋଲିସ୍ ପହଞ୍ଚି ଛାନଭିନ ଆରମ୍ଭ କରିବାରୁ ଆଜବେଷ୍ଟସ ଭାଙ୍ଗି ଲୁଟେରାମାନେ ୭ ଲକ୍ଷର ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାମାନଙ୍କ ପତ୍ତା ମିଳି ପାରି ନାହିଁ।