ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ । ଆଜି ଶକାଳେ ଝାଡ଼ଖଣ୍ଡରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି |  ରାଜ୍ୟରେ ଅନେକ ସ୍ଥାନରେ ସକାଳ ୯ଟା ୨୦ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ଖୁଣ୍ଟି ବୋଲି କୁହାଯାଉଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନି। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଝାଡ଼ଖଣ୍ଡର ଖରସାବାଁ ଜିଲ୍ଲାରୁ ୧୩ କିମି ଦୂରରେ ଥିବା ଜଣାଯାଇଛି। ରାଞ୍ଚି ଓ ଜମସେଦପୁରର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

ଏଥିଯୋଗୁ ଲୋକେ ଭୟଭୀତ ହୋଇପଡିଥିବା ବେଳେ  ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇ ନ ଥିବା ଜଣାନାହିଁ।  ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ଏଥିରେ କୌଣସି ଧନ ଜୀବନହାନୀ ହୋଇଥିବା ନେଇ ଖବର ମିଳି ନାହିଁ ।

Comments are closed.