ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲା: ସଲମାନ ଖାନଙ୍କ ବିରୋଧରେ ଦାୟର ପିଟିସନ ଖାରଜ କଲେ ବମ୍ବେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲାରେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ଦାୟର ପିଟିସନ ଖାରଜ କଲେ ବମ୍ବେ ହାଇକୋର୍ଟ। ସଲମାନଙ୍କ ବିରୋଧରେ ୨୦୧୯ରେ ହୋଇଥିଲା ଏହି ପିଟିସନ । ସଲମାନ ଖାନଙ୍କ ବ୍ୟତୀତ ତାଙ୍କ ଅଙ୍ଗରକ୍ଷୀ ନବାବ ଶେଖଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ତେବେ ସୂଚନା ଅନୁଯାୟୀ, ଜଣେ ସାମ୍ବାଦିକ ସଲମାନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରି ୨୦୧୯ରେ ଏକ ମାମଲା ଦାଖଲ କରିଥିଲେ । ତେବେ ଘଟଣାରେ ମୁମ୍ବାଇର ଅନେ୍ଧରୀ ମାଜିଷ୍ଟ୍ରେଟ ଅଦାଲତ ଦ୍ୱାରା ଜାରି ସମନକୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ଭାଇଜନାଙ୍କୁ ଆଶ୍ୱସ୍ତି ମିଳିଛି । ଜଷ୍ଟିସ ଭାରତୀ ଡାଙ୍ଗରେ ଏହି ମାମଲାର ବିଚାର କରି ରାୟ ଦେଇଛନ୍ତି । ସାମ୍ବାଦିକ ଅଶୋକ ପାଣ୍ଡେ ଅନେ୍ଧରୀରେ ସଲମାନଙ୍କର ଏକ ଭିଡ଼ିଓ କରିଥିଲେ ଯାହାକୁ ଦେଖି ସଲମାନ ଓ ତାଙ୍କ ଅଙ୍ଗରକ୍ଷୀ ରାଗି ଯାଇ ଦୁର୍ବ୍ୟବହାର ସହ ଧମକ ଦେଇ୍ଥିଲେ ବୋଲି ଅଭିଯୋଗ କରିଥିଲେ । ଏନେଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ ସାମ୍ବାଦିକ ଅଶୋକ ପାଣ୍ଡେ ।

ସୂଚନା ଥାଉକି, ପଞ୍ଜାବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ 2018 ରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲା, ସେ ସଲମାନ ଖାନଙ୍କୁ ମୃଗ ଶିକାରର ଶିକ୍ଷା ଦେବାକୁ ଚାହୁଁଥିଲା । ବିଷ୍ଣୋଇ ପୋଲିସକୁ କହିଥିଲା କି ଯେ ନେହେରା ପାଖରେ କେବଳ ପିସ୍ତଲ ଥିଲା, ଦୂରରୁ ସଲମାନ ଖାନଙ୍କୁ ଆକ୍ରମଣ କରିବା ପାଇଁ କୌଣସି ଅସ୍ତ୍ର ନଥିଲା । ତେଣୁ ସେ ହତ୍ୟା ପାଇଁ 4 ଲକ୍ଷ ମୂଲ୍ୟର ରାଇଫଲ କିଣିଥିଲା । କିନ୍ତୁ 2018 ରେ ପୋଲିସ ଦୀନେଶ ଡାଗର ନିକଟରୁ ଏହି ଅସ୍ତ୍ର ଜବତ କରିଥିଲା, ତାହା ସାହାଯ୍ୟରେ ରାଇଫଲ କିଣିବାର ଅର୍ଡର ଦିଆଯାଇଥିଲା ଏବଂ ହତ୍ୟା ଷଡଯନ୍ତ୍ର ବିଫଳ ହୋଇଥିଲା । ଜୁଲାଇ 6 ରେ ସଲମାନ ଖାନଙ୍କ ଓକିଲ ହାସ୍ତିମଲ ସାରସ୍ୱତ କହିଥିଲେ ଯେ ତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ମିଳିଛି । ପଚରାଉଚରା ବେଳେ ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ସେ ଫେରାର ଥିବା ବେଳେ ସମ୍ପର ନେହେରାକୁ ଅନେକ ମେସେଜ ପଠାଇଥିଲା । ସୂଚନାନୁସାରେ, ବିଷ୍ଣୋଇ କୃଷ୍ଣସାର ମୃଗକୁ ସେମାନଙ୍କର ଗୁରୁ ଭଗବାନ୍ ଜାମ୍ବାଜୀ ତଥା ଜାମ୍ବେଶ୍ୱରଙ୍କ ଅବତାର ବୋଲି ବିବେଚନା କରନ୍ତି । ଏହି କାରଣରୁ ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲା । ସେ ଚାହୁଁଥିଲେ ସଲମାନ ଖାନ ଏବଂ ତାଙ୍କ ପିତା ଜାମ୍ବାଜୀ ମନ୍ଦିରରେ ସର୍ବସାଧାରଣରେ କ୍ଷମା ମାଗନ୍ତୁ, ନଚେତ୍ ସେମାନଙ୍କୁ ହତ୍ୟା କରାଯିବ ।

Leave A Reply

Your email address will not be published.