ସବୁଠି ତେଜୁଛି ଅସନ୍ତୋଷ: ନୀଳଗିରିରେ ପୋଲିସ ସାମ୍ବାଦିକଙ୍କ ପ୍ରତି ଅମାନବୀୟ କାର୍ଯ୍ୟ ପ୍ରତିବାଦରେ ପାଟଣାଗଡ଼ ସାମ୍ବାଦିକ ପାଳିଲେ କଲାଦିବସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ନୀଳଗିରିରେ ପୋଲିସ ସାମ୍ବାଦିକଙ୍କ ପ୍ରତି ଅମାନନିୟ ନିର୍ଯାତନା ପ୍ରତିବାଦରେ ଆଜି ପାଟଣାଗଡ଼ରେ ସ୍ୱର ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି। ବାଲେଶ୍ବର ଜିଲ୍ଲାର ନୀଳଗିରି ର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସି ର ଅମାନବିୟ ନିର୍ଯ୍ୟାତନା ସହ ଗୋଡ଼ରେ ବେଡି ପକାଇ ବାନ୍ଧିବା ଘଟଣା ସମସ୍ତ ସୀମାକୁ ଅତିକ୍ରମ କରିଛି। ଏହି ଘଟଣାକୁ ସମଗ୍ର ରାଜ୍ୟରେ ଆଜି କଳା ଦିବସ ପାଳନ କରିବା ଅବସରରେ ସମସ୍ତ ସାମ୍ବାଦିକ ମାନେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଛନ୍ତି।

ପାଟଣାଗଡ଼ରେ ଆଜି ଉପଖଣ୍ଡର ବେଳପଡା ଓ ଖପ୍ରାଖୋଲ ବ୍ଲକରେପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି ପାଟଣାଗଡ଼ ଉପଖଣ୍ଡର ସଭାପତି ଲଷ୍ମୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସାମ୍ବାଦିକ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଡକ୍ଟର ବିଜୟା ନନ୍ଦ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ ସଦାଶିବ ସରାଫ ପ୍ରହଲ୍ଲାଦ ପାଢ଼ୀ ସଙ୍ଘର ସାଧାରଣ ସମ୍ପାଦକ ପ୍ରବୀଣ ପୁରୋହିତ ସୁବୋଧ ମେହେର ବିଶ୍ୱାସ ପଟନାୟକ ଦିଲିପ ଭୋଇ ସୁନୀଲ ଚୋପଦାର ଲଳିତ ମିଶ୍ର ରାଜେଶ ଚାନ୍ଦ ସେହିପରି ଯୁବପତ୍ରକାର ସଙ୍ଘର ବିମଲ ବାଗ ଜଗଦୀଶ ଭୋଇ କରୁଣାକର ବୁଡେକ ଲବଣ୍ୟ ପୁରୋହିତ ଗୋରେଖ ନାଥ ବରିହା ସାମ୍ବାଦିକଙ୍କ ଏହି କଳାଦିବସକୁ ଜିଲ୍ଲା ଆଦିବାସୀ ସଂଘର ଗିରିଧାରୀ ଭୋଇ ଓ କୃଷକ ସଙ୍ଗଠନ ପକ୍ଷରୁ ସଭାପତି ଜତି ପ୍ରଧାନ ସମର୍ଥନ ଜଣାଇଥିଲେ।

Leave A Reply

Your email address will not be published.