ଯୁଦ୍ଧ ବେଳେ ମାନବତାର ବାର୍ତ୍ତା ଦେଲେ ସାମ୍ବାଦିକ: ୟୁକ୍ରେନ ଶିଶୁଙ୍କ ଭବିଷ୍ୟତ ପାଇଁ ନୋବେଲ ପୁରସ୍କାର ବିକିଦେଲେ ରୁଷ ସାମ୍ବାଦିକ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ରୁଷ୍‌-ୟୁକ୍ରେନ ଯୁଦ୍ଧ ୧୦୦ଦିନରୁ ଅଧିକ ଦିନ ଅତିକ୍ରମ କରିସାରିଲାଣି । ଏହାରି ମଧ୍ୟରେ ଉଭୟ ଦେଶରେ ବ୍ୟାପକ କ୍ଷୟକ୍ଷତି ଗଟିସାରିଲାଣି । ତଥାପି ଯୁଦ୍ଧ ସ୍ଥିତି ଟଳିବାର ସମ୍ଭାବନା ଦେଖାଯାଉ ନାହିଁ । ଏତିକି ବେଳେ ମାନବିକ୍ତାର ବାର୍ତ୍ତା ଦେଇଛନ୍ତି ନୋବେଲ ବିଜେତା ରୁଷ ସାମ୍ବାଦିକ ଡ୍ରିମିଟ୍ରି ମୁରାଟୋଭ । ସେ ତାଙ୍କ ନୋବେଲ ପୁରସ୍କାର ପଦକକୁ ନିଲାମ କରିଛନ୍ତି । ଏହି ନିଲାମ ଅର୍ଥକୁ ଯୁଦ୍ଧ ଯୋଗୁଁ ସରଣାର୍ଥୀ ଭାବେ ଆଶ୍ରୟ ନେଇଥିବା ୟୁକ୍ରେନ ଶିଶୁଙ୍କ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ପାଣ୍ଠି ବିନିଯୋଗ ହେବ ବୋଲି ମୁରାଟୋଭ କହିଛନ୍ତି । ପଦକ ନିଲାମ ଅର୍ଥରୁ ସେ ୫ ଲକ୍ଷ ଡଲାର ଏକ ଦାତବ୍ୟ ଅନୁଷ୍ଠାନକୁ ଦେବେ ।

ମୁରାଟୋଭ ଗତବର୍ଷ ନୋବେଲ ଶାନ୍ତି ପୁରରସ୍କାର ବିଜେତା ହୋଇଥିଲେ ତେବେ ତାଙ୍କ ଦ୍ୱାରା ପ୍ରକାଶିତ ହୋଇଆସୁଥିବା ନିରପେକ୍ଷ ଖବରକାଗଜ ନୋଭାୟା ଗେଜେଟରେ ଯୁଦ୍ଧ ସମୟରେ ନିରପେକ୍ଷ ଖବର ପ୍ରସାରଣକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରକାଶନ ଉପରେ ମାର୍ଚ୍ଚ ମାସରୁ ଅଂକୁଶ ଲଗାଇଆସିଛନ୍ତି ।

Leave A Reply

Your email address will not be published.