ରାସ୍ତାରୁ ASIଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ୍: ରାସ୍ତାରେ ପଡ଼ିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ।ଚଳନ୍ତା ବାଇକ୍‌ ସହ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ରାସ୍ତାରେ ପଡ଼ିଛି।ଜୁନାଗଡ଼ ଥାନା ବନମାଳିପୁର ସ୍ଥିତ ରାସ୍ତାରେ ପଡ଼ିଛି ମୃତଦେହ।କେଗାଁ ଥାନାର ASI ପବିତ୍ର ଗୋଲାପିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ରାସ୍ତାରେ ପଡ଼ିଥିବାର ସୂଚନା ମିଳିଛି।କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ ପବିତ୍ର। ହତ୍ୟା ନା ଦୁର୍ଘଟଣା ଜଣାପଡ଼ି ନାହିଁ।ASI ପବିତ୍ର କୋରାପୁଟ ଜିଲା ବୋରିଗୁମା ଥାନା ସାନଦୁବଲି ଗ୍ରାମ ବୋଲି ଜଣାପଡିଛି।

ମୃତ ପୋଲିସ ଏଏସଆଇ କଳାହାଣ୍ଡି ଜିଲାର କେଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ଗତ ମାସ ଶେଷରେ ତାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିଲା। ଯାହାଫଳରେ ସେ ଭବାନୀପାଟଣାସ୍ଥିତ ପୋଲିସ ରିଜର୍ଭ ଠାରେ କାର୍ଯ୍ୟ କରୁଥିଲେ। ଶନିବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ କୋରାପୁଟକୁ ବାଇକରେ ଯାଉଥିବାବେଳେ ବାଟରେ ବନମାଲିପୁର ଛକ ନିକଟରେ ଏକ ଅଟକି ଥିବା ଟ୍ରକରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଠାରୁ ସୂଚନା ମିଳିଛି। ଦୁର୍ଘଟଣା ଟି ପରେ ବାଇକ ରେ ନିଆଁ ଲାଗିଯିବା ସହ ପୋଲିସ ଏ ଏସ ଆଇ ଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା।

ଫଳରେ ଘଟଣା ସ୍ଥଳରେ ସେ ଜଳି ଯାଇ ପୋଡି ଯାଇଥିଲେ।ସୂଚନା ପାଇଁ ରବିବାର ସକାଳରେ ସ୍ଥାନୀୟ ପୋଲିସ ପୋଲିସ ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଆସି ତଦନ୍ତ କରିଥିଲା। ତେବେ ଦୁର୍ଘଟଣା ରାତିରେ ଉକ୍ତ ରାସ୍ତା ଦେଇ କୋରାପୁଟ ଜିଲାର ଜଣେ ପୋଲିସ ଅଧିକାରଣୀ ଓ ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖିଥିବା ପୋଲିସ ଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ,ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିବା ଜୁନାଗଡ଼ ଆଇ ଆଇ ସି ଶେଷଦେ ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.