ବ୍ରଜରାଜନଗର(ଓଡ଼ିଆ ନ୍ୟୁଜ୍): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର। ସେଥିପାଇଁ ପ୍ରମୁଖ ରାଜନୈତିକ ଦଳ ଗୁଡିକ ସେମାନଙ୍କ ସମସ୍ତ ରଣ କୌଶଳକୁ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି । କିଏ ରୋଡ ସୋ, ରାଲି କରୁଛି ତ ଆଉ କିଏ ଘରକୁ ଘର ବୁଲି ପ୍ରଚାର ନିଜ ସପକ୍ଷରେ ଭୋଟ ମାଗୁଛି। ଏହାରି ମଧ୍ୟରେ ଆଜି କଂଗ୍ରେସ ପାଇଁ କ୍ୟାମ୍ପେନ କରିବି କହ୍ନେୟା କୁମାର। ସେହିପରି ବିଜେପି ପାଇଁ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ପ୍ରଚାର ପାଇଁ ବିଜେଡିର ହେଭିୱେଟ ମଧ୍ୟ ବ୍ରଜରାଜନଗରରେ ଡେରା ପକାଇଛନ୍ତି ।