ଟ୍ବିନ୍‌ସିଟିରେ କାଳବୈଶାଖୀର ତାଣ୍ଡବ

0

ଓଡ଼ିଆ ନ୍ୟୁଜ୍: ଟ୍ବିନ୍‌ସିଟିରେ କାଳବୈଶାଖୀର ତାଣ୍ଡବ।ଭୁବନେଶ୍ବରର କିଛି ସ୍ଥାନରେ କୁଆ ପଥର ବର୍ଷା।ଆକାଶ ମେଘାଚ୍ଛନ୍ନ ରହିବା ସହ ଆରମ୍ଭ ହୋଇଛି ବର୍ଷା।କଟକ ଓ ଭୁବନେଶ୍ୱରରେ ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷାଜାରି ରହିଛି । ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି ।

କାଳବୈଶାଖୀ ନେଇ ପୂର୍ବରୁ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ । ୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଥିଲା । କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଥିଲା । ପ୍ରବଳ ପବନ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଥିଲା ପାଣିପାଗ ବିଭାଗ । ଏହାସହ ୪୦ରୁ ୫୦ କି.ମି. ବେଗରେ ପବନ ବହିବାର ଆଶଙ୍କା ରହିଥିଲା ।

Leave A Reply

Your email address will not be published.