୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି l ମାର୍ଚ୍ଚ ୧୫ ତାରିଖରେ ସେ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ I ଲଣ୍ଡନରୁ କରୋନା ଭାଇରସ ସଂସ୍ପଶରେ ଆସିଛନ୍ତି ବୋଲି ଅନୁମାନ କରାଯାଏ l ବର୍ତ୍ତମାନ ସେ ଲକ୍ଷ୍ନୌର KGMU ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି । କନିକା ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଲେଖିଛନ୍ତି “ସମସ୍ତଙ୍କୁ ନମସ୍କାର । ଗତ ୪ ଦିନ ହେବ ମୋତେ ଫ୍ଲୁ’ର ଲକ୍ଷଣ ଦେଖାଯାଇଛି । ଯାଞ୍ଚ ପରେ ମୁଁ ନିଜକୁ କରୋନା ସଂକ୍ରମିତ ବୋଲି ପାଇଛି । ବର୍ତ୍ତମାନ ମୋ ପରିବାର ସହିତ ମୁଁ ସମ୍ପୂର୍ଣ୍ଣ ଭାବେ ଆଇସୋଲେସନରେ ଅଛି । ତେବେ ଯେଉଁ ଲୋକମାନଙ୍କ ସଂସ୍ପର୍ଶରେ ମୁଁ ଆସିଥିଲି ସେମାନଙ୍କ ବିଷୟରେ ତଥ୍ୟ ଏକଜୁଟ କରାଯାଉଛିl
ମିଳିଥିବା ସୂଚନା ଅନୁସାରେ କନିକା ମିଛ କହି ଏୟାରପୋର୍ଟରୁ ପଳେଇ ଆସିବା ସହ ସହରର ଅନେକ ସ୍ଥାନକୁ ଯାଇଥିଲେ l
Prev Post
Next Post