ଓଡ଼ିଆ ନ୍ୟୁଜ୍: କମେଡ଼ି ଷ୍ଟାର କପିଲ ଶର୍ମାଙ୍କ କାଫେ ଉପରକୁ ପୁଣି ଗୁଳିମାଡ଼। କାନାଡ଼ାର ସରେ ସହରରେ ଥିବା କପିଲଙ୍କ କାଫେ ଉପରେ ୨୫ ରାଉଣ୍ଡ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ।କାନାଡାର ସରେରେ ଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ପୁଣି ଗୁଳିଚାଳନା ହୋଇଥିବା ଖବର ଆସିଛି। ଏହି ଗୁଳିକାଣ୍ଡ ଲାଗି ଗୋଲ୍ଡି ଢିଲୋନ୍ ନାମକ ଜଣେ ଗ୍ୟାଙ୍ଗଷ୍ଟର ନିଜକୁ ଦାୟୀ କରିଛି। ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଗୁଳିକାଣ୍ଡରେ କେହି ଆହତ ହେବାର କୌଣସି ଖବର ଆସିନାହିଁ।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ କାରରେ ବସିଥିବା କିଛି ଲୋକ କାଫେ ଆଡ଼କୁ ଗୁଳି ଚଳାଇବା ଦେଖାଯାଉଛି। ଏହି ଭିଡିଓଟି ୯ ସେକେଣ୍ଡର, ଯେଉଁଥିରେ ୧୨ ରାଉଣ୍ଡରୁ ଅଧିକ ଗୁଳି ଚାଳନା କରାଯାଇଥିଲା। ଗୋଲ୍ଡି ଢିଲୋନ୍ ନିଜକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରୁଛି ।