ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ସହରରେ ଫ୍ଲାଗ ମାର୍ଚ୍ଚ କଲା କରଞ୍ଜିଆ ପୋଲିସ | ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ମାସ ୨୫ ତାରିଖ ଦିନ ମତଦାନ ହେବାକୁ ଯାଉଥିବାବେଳେ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ଉଦ୍ଦେଶ୍ୟରେ ଆଜି କରଞ୍ଜିଆ ପୋଲିସ ପକ୍ଷରୁ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନେତୃତ୍ୱରେ ଜିଲ୍ଲା ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା,ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,କରଞ୍ଜିଆ ଥାନାଧିକାରୀ ନିରୋଜ ମଲ୍ଲିକ,ଗୋଟିଏ କମ୍ପାନୀ ସିଆଇଏସଏଫ୍ ଜୱାନ,ଥାନାର ସମସ୍ତ ପୋଲିସ କର୍ମଚାରୀ ଅପରାହ୍ନ ପ୍ରାୟ ୫ ଘଟିକା ୩୦ ମିନିଟ ସମୟରେ ଥାନା ପରିସରରୁ ବାହାରି କଚେରି ଛକ,ମୁଖ୍ୟ ବଜାର ରାସ୍ତା, ସିନେମାହଲ ଛକ, ବଡ଼ଦାଣ୍ଡ ରାସ୍ତା ହୋଇ ସହର ପରିକ୍ରମା ହୋଇ ଥାନା ପହଁଞ୍ଚି ଥିଲେ ।
ବିଶେଷ ଭାବେ ନିର୍ବାଚନ ସମୟରେ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଲୋକଙ୍କୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଏହି ଶକ୍ତି ପ୍ରଦର୍ଶନ କରାଯାଇଥିଲା ।
Comments are closed.