ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବ୍ଲକ ସମାବେଶ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବ୍ଲକ ସମାବେଶ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବ୍ଲକ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶ ରାଜ୍ୟର ଖଣ୍ଡୱା ଜିଲ୍ଲାର ପୂ୍ର୍ବତନ ସାଂସଦ ଗଣେଶ୍ବର ପାଟିଲ ଯୋଗ ଦେଇଥିଲେ |

ଉକ୍ତ ବୈଠକରେ ଭାରତୀୟ ଜନତା ପାର୍ଟି ଓଡିଶା ରାଜ୍ୟ ସଂପାଦକ ନବୀନ ରାମ, ମୟୂରଭଞ୍ଜ ଜିଲ୍ଲା ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ, ବିଧାୟକ ପ୍ରାର୍ଥୀ ଜଲେନ ନାଏକ, ସାଧାରଣ ସଂପାଦକ ସରୋଜ ମହାନ୍ତ, ଗୋରୁମହିଷାଣୀ ମଣ୍ଡଳ ସଭାପତି ଉମେଶ ସାହୁ, ରାଇରଙ୍ଗପୁର ଗ୍ରାମୀଣ ସଭାପତି ଲକ୍ଷ୍ମଣ ମହାନ୍ତ, ବରିଷ୍ଠ ନେତା ଉପେନ୍ଦ୍ର ମଣ୍ଡଳ, ଅଶୋକ ମହାନ୍ତ, ବିଚିତ୍ରାନନ୍ଦ ଗିରି, ସମରା ମାର୍ଣ୍ଡି, ଆଦିବାସୀ ମୋର୍ଚ୍ଚା ମଣ୍ଡଳ ସଭାପତି ଶଙ୍କର ସୋରେନ ଓ ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ସୋନାଲି ବିଜୟ ଲକ୍ଷ୍ମୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି ଗଣେଶ୍ବର ପାଟିଲ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏ ସାଧାରଣ ନିର୍ବାଚନରେ ଡବଲ ଇଞ୍ଜିନ ଗୋଟିଏ ବିଧାନସଭା ଓ ସାଂସଦରେ ଭାରତୀୟ ଜନତା ପାର୍ଟି ସରକାର ଆସିବା ଦରକାର ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ | ବିଜେଡି ସରକାର ଓଡିଶା ରାଜ୍ୟରେ ୨୫ ବର୍ଷ ଶାସନ କଲେ ହେଁ , ରାଜ୍ୟରେ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିନାହି |

ଲୋକଙ୍କ ଭିତରେ ଆଜି ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ବେରୋଜଗାରରେ ସମସ୍ୟା ପରିଲକ୍ଷିତ ହେଉଛି | ଏହି ସଭାରେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଓ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ପ୍ରାର୍ଥୀ ଜଲେନ ନାଏକ ମତବ୍ୟକ୍ତ କରିଥିଲେ ଯେ, ମୋଦିଜୀଙ୍କ ବିଭିନ୍ନ ଯୋଜନା ଜନହିତକର ଓ କଲ୍ୟାଣକାରୀ ପାଇଁ ଉଦ୍ଦିଷ୍ଟ | ଏ ସରକାର ଆସିଲେ ଦେଶର ଦାରିଦ୍ରତା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ରୋଜଗାରରେ ଲୋକମାନଙ୍କର ଉନ୍ନତି ଘଟିବ ବୋଲି ଜୋର ଦେଇ କହିଥିଲେ | ଏହି ଅବସରରେ ରାଇରଙ୍ଗପୁର ବ୍ଲକର କିଛି ଟାଣୁଆ ବ୍ୟକ୍ତି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ | ପରିଶେଷରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ସୋନାଲି ବିଜୟଲକ୍ଷ୍ମୀ ମହାନ୍ତ ମୋଦିଜୀଙ୍କ ନୂତନ ଯୋଜନା ସୁଭଦ୍ରା ଯୋଜନା ସଂପର୍କରେ ଜନସାଧାରଣଙ୍କୁ ବୁଝାଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ବୁଥ୍ ରୁ ବହୁ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଏହି ସଭାକୁ ସାଧାରଣ ସଂପାଦକ ସରୋଜ ମହାନ୍ତ ପରିଚାଳନା କରିଥିବା ବେଳେ ଅଶୋକ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.