ଓଡ଼ିଆ ନ୍ୟୁଜ୍: କର୍ଣ୍ଣାଟକ ଚିତ୍ରଦୁର୍ଗରେ ଭୟଙ୍କର ବସ୍ ଦୁର୍ଘଟଣା।ଭୟଙ୍କର ବସ୍ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ। ୨୦ରୁ ଅଧିକ ଆହତ ହୋଇଥିବା ସୂଚନା।ହିରିୟୁର ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ବସ୍।କଣ୍ଟେନର ସହ ଧକ୍କା ପରେ ବସ୍ରେ ଲାଗିଲା ନିଆଁ। ଦୁର୍ଘଟଣାରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଛି, ୨୧ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ବସଟି ୩୨ ସିଟ୍ ଥିବାରୁ ୨୯ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗଲୁରୁରୁ ଶିବମୋଗ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପରେ ବସ୍ ସମ୍ମୁଖରେ ଥିବା ଡିଜେଲ ଟାଙ୍କି ଫାଟିଯିବାରୁ ନିଆଁ ବ୍ୟାପିଥିବା କୁହାଯାଉଛି । ସେହିପରି ବସରେ ଲାଗିଥିବା ଗଦି ଓ ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟ ନିଆଁକୁ ତେଜ ଦେଇଥିଲା । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଅନ୍ୟପଟେ ଦୁର୍ଘଟଣା ପରେ ଗାଡ଼ିର ତାର ଛିଣ୍ଡି ସର୍ଟସର୍କିଟ ଘଟି ନିଆଁକୁ ଭୟଙ୍କର କରିଥିଲା । ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ହିରିୟୁର ଗ୍ରାମୀଣ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ କରୁଛି ପୋଲିସ ।