କର୍ଣ୍ଣାଟକ ଉପ ନିର୍ବାଚନ : କଂଗ୍ରେସ ଜାରି କଲା ୪ର୍ଥ ପ୍ରାର୍ଥୀ ତାଲିକା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧିରେ ଧରେ ଉଷ୍ମ ହେଉଛି କର୍ଣ୍ଣାଟକ ଉପନିର୍ବାଚନ । ଏହାରି ମଧ୍ୟରେ ଆଜି ଉପନିର୍ବାଚନ ପାଇଁ କଂଗ୍ରେସ ଆଉ ୪ର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ବିଜେପିରୁ କଂଗ୍ରେସକୁ ଆସିଥିବା ପୂର୍ବତନ ସିଏମ ଜଗଦୀଶ ସେଟ୍ଟରଙ୍କ ନାମ ମଧ୍ୟ ସାମିଲ ରହିଛି । କଂଗ୍ରେସ ଦଳ ପକ୍ଷରୁ ଜଗଦୀଶଙ୍କୁ ହୁବଲି-ଧାରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରାଯାଇଛି । ନିକଟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ। ହୁବଲି-ଧାରୱାଡ କେନ୍ଦ୍ରୀୟ ଆସନ ଜଗଦୀଶ ସେଟ୍ଟରଙ୍କ ଗଡ଼ଭାବେ ଜଣାଶୁଣା । ୨୦୦୮ରୁ ସେ ଏଠାରୁ ବିଧାୟକ ଅଛନ୍ତି। କିଛି ଦିନ ଧରି ସେ ରାଜ୍ୟରେ ବିଜେପିର ଅନ୍ୟତମ ଶକ୍ତିଶାଳୀ ନେତା ଥିଲେ, କିନ୍ତୁ ଏବେ ସେଟ୍ଟର କଂଗ୍ରେସରେ ଯୋଗ ଦେଇଛନ୍ତି ଓ  ବିଜେପିକୁ ପରାସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏଥର ବିଜେପି ପକ୍ଷରୁ ହୁବିଳି-ଧରଓ୍ବାର୍ଡ ସେଣ୍ଟ୍ରାଲ  ଆସନ ପାଇଁ ସେଟ୍ଟାରଙ୍କ ସ୍ଥାନରେ ମହେଶ ଟେଙ୍ଗିନାକାଇଙ୍କୁ ଟିକେଟ୍ ଦିଆଯାଇଛି । ଟିକେଟ ଦିଆନଯିବାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିଲେ । ସେହିପରି ହୁବୁଲି-ଧାରଓ୍ବାଡ୍ ଓ୍ବେଷ୍ଟରୁ ଦୀପକ ଚିନହୋରେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଚିକମାଗାଲୁରରୁ ଏଚଡି ଥିମାୟାଙ୍କୁ ଟିକେଟ ଦେଇଛି କଂଗ୍ରେସ । ଶ୍ରବଳବେରାଗୋଲାରୁ ଏମଏ ଗୋପାଲସ୍ବାମୀଙ୍କୁ ଟିକେଟ ଦିଆଯାଇଛି । ଗତକାଲି ବିଜେପି ପକ୍ଷରୁ ୩ୟ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ ଗତକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଦଳ ଛାଡ଼ିବା ପରେ ଏହି ତାଲିକା ପ୍ରକାଶ ପାଇଛି । ନୂଆ ତାଲିକାରେ ହୁବିଳି-ଧରଓ୍ବାର୍ଡ ସେଣ୍ଟ୍ରାଲ  ଆସନ ପାଇଁ ସେଟ୍ଟାରଙ୍କ ସ୍ଥାନରେ ମହେଶ ଟେଙ୍ଗିନାକାଇଙ୍କୁ ଟିକେଟ୍ ଦିଆଯାଇଛି । ସେଟ୍ଟାରଙ୍କୁ ଟିକେଟ ଦିଆନଯିବାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିଲେ । ୩ୟ ଦଫା ତାଲିକାରେ ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବର୍ତ୍ତମାନ ବିଧାୟକ ଥିବା ଅରବିନ୍ଦ ଲିମ୍ବାବଲିଙ୍କ ଟିକଟ କଟିଥିବାବେଳେ ତାଙ୍କ ପତ୍ନୀ ମଞ୍ଜୁଳାଙ୍କୁ କୋପ୍ପାଲ ଆସନ ପାଇଁ ଟିକେଟ ଦିଆଯାଇଛି । ଗୋବିନ୍ଦରାଜ ନଗର ଆସନରୁ ଉମେଶ ସେଟ୍ଟିଙ୍କୁ ଟିକେଟ ଦିଆଯାଇଛି । ପୂର୍ବତନ ବିଧାୟକ ସୁବ୍ରମଣ୍ୟମ୍ ନାଇଡୁଙ୍କ ପୁଅ କଟ୍ଟା ଜଗଦୀଶଙ୍କୁ ହେବ୍ବାଲରୁ ଟିକେଟ ଦିଆଯାଇଛି । ସେଦାମ ଆସନ ପାଇଁ ରାଜକୁମାର ପାଟିଲଙ୍କୁ ଟିକେଟ ଦିଆଯାଇଛି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ଶିବମୋଗା ସିଟି ଓ ମାନବି ରାଇଚୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଶିବମୋଗା ନିମନ୍ତେ ଇଶ୍ବରପ୍ପା ନିଜ ପୁଅକୁ ଟିକେଟ ଦେବାକୁ ଲବି କରୁଛନ୍ତି । ପ୍ରଥମ ଦଫାରେ ବିଜେପି ୧୮୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ୨ୟ ଦଫାରେ ୨୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଆସନ୍ତା ମେ ୧୦ରେ ରାଜ୍ୟରେ ଭୋଟଗ୍ରହଣ ହେବ ଓ ୧୩ରେ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.