୦୯.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : କୋଚିରେ ଜଣେ ତିନି ବର୍ଷୀୟ ଶିଶୁ କରୋନାଭାଇରସ୍ରେ ଆକ୍ରାନ୍ତ ହୋଇଛି l ମାର୍ଚ ୭ ତାରିଖ ଦିନ ଦୁବାଇ ଦେଇ ଶିଶୁଟି ତା’ର ପିତାମାତାଙ୍କ ସହ ଇଟାଲିରୁ ଆସିଥିଲା। ତା’ର ପିତାମାତାଙ୍କ ସମେତ ଅନ୍ୟ ୧୨ ଜଣଙ୍କୁ ପୃଥକ୍ ଭାବେ ରଖାଯାଇଛି। ଆଜି ସନ୍ଧ୍ୟା ବେଳକୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଫଳାଫଳ ବାହାରିବ ବୋଲି ସ୍ୱାସ୍ଥ୍ୟ କର୍ମଚାରୀମାନେ କହିଛନ୍ତି। ଏର୍ଣ୍ଣାକୁଲମ୍ ଜିଲ୍ଲାପାଳ ଏସ୍. ସୁହାସ କହିଛନ୍ତି ଯେ ଭୟଭୀତ ହେବା ଅନାବଶ୍ୟକ। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କେରଳ ସରକାର ସୋମବାର ଠାରୁ କରୋନାଭାଇରସ୍ ସଂକ୍ରାନ୍ତରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁମାନେ ୫ଜଣ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଠାବ କରିବାକୁ ସରକାରଙ୍କ ତରଫରୁ ଉଦ୍ୟମ ଜାରି ରହିଛି l