୧୨ ମହିଳା ‘ନାରୀ ଶକ୍ତି, ସମ୍ମାନରେ ସମ୍ମାନିତ

0

୦୯.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ବିଶ୍ବ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣ ମହିଳାଙ୍କୁ ନାରୀ ଶକ୍ତି ସମ୍ମାନ ରେ ସମ୍ମାନିତ କରିଛନ୍ତି l କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆନ୍ଧ୍ରପ୍ରଦେଶର ପେଦାଲା ଭୂଦେବୀ , ବିହାର ର ମହିଳା ଛତୁ ଚାଷୀ ବିଣI ଦେବୀ ,ଚାରୁକଳା ଶିଳ୍ପୀ ଜାମୁ କାଶ୍ମୀରର ଆୱାରିଫ ଜାନ , ଉତ୍ତରପ୍ରଦେଶର କଳାବତୀ, ଉତ୍ତରାଖଣ୍ଡର ପର୍ବତାରୋହୀ ତାସି ଏବଂ ନଉନସି ମାଲିକ , ଝାଡ଼ଖଣ୍ଡର ପରିବେଶବିତ ଚାମି ମୁର୍ମୁ , ଲଦାଖର ନିଲଜା ୱାଙ୍ଗମୋ, ମହାରାଷ୍ଟ୍ରର ବୈଜ୍ଞାନିକ ରଶ୍ମି ଉର୍ଧ୍ଵଉସି , ପଂଜାବର ମନ କୌର ,ପଶ୍ଚିମବଙ୍ଗର ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ କୌଶିକୀ ଚକ୍ରବର୍ତୀ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ପାଇଲଟ ଅବନୀ ଚତୁର୍ବେଦୀ , ଭାବନା କାନ୍ତ , ମୋହନସିଂ ଜିତ୍ରାବାଲା, ଶିକ୍ଷ୍ୟା କ୍ଷେତ୍ରରେ କାର୍ଯ୍ୟରତ କେରଳର ୧Ο୫ ବର୍ଷୀୟ।, ମହିଳା ଭାଗିରଥି ଆମ୍ମା ଏବଂ କାରଥାୟନୀ ଆମ୍ମାଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଥିଲେ l ଏହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ, ଶିଶୁ ବିକାଶ ମନ୍ତ୍ରୀ ସ୍ମତି ଇରାନୀ ଉପସ୍ଥିତ ଥିଲେ I

Leave A Reply

Your email address will not be published.