ଉଡିଯାଇଛି କର୍ପୁର, ରହିଯାଇଛି ବାସ, ସମ୍ବଲପୁର ରେଳ ଷ୍ଟେସନ!

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଉଡିଯାଇଛି କର୍ପୁର, ରହିଯାଇଛି ବାସ, ସମ୍ବଲପୁର ରେଳ ଷ୍ଟେସନ|  ଐତିହାସିକ ସମ୍ବଲପୁର ସହର, ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଓ ସମ୍ବଲପୁରୀ ବସ୍ତ୍ର ପାଇଁ ସାରା ଓଡିଶା କାହିଁକି, ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଵା ପରିଚୟ ସୃଷ୍ଟି କରିଛି |ଏଇ ସମ୍ବଲପୁର ସହର ର ମଧ୍ୟସ୍ଥଳୀ ରେ ମୁକ ସାକ୍ଷୀ ହୋଇ ପାଲଟିଛି ଆଜିର ସମ୍ବଲପୁର ରୋଡ଼ , ଵା ସର୍ବପୁରାତନ ଫାଟକ ରେଳ ଷ୍ଟେସନ |

ଏଇ ରେଳ ଷ୍ଟେସନ ରୁ ଯାତ୍ରୀ ରାଜ୍ୟ ତଥା ରାଜ୍ୟ ବାହାରକୁ, ବିଭିନ୍ନ କାର୍ଯ୍ୟରେ ରେଳ ପଥରେ ଯାତ୍ରା କରୁଥିଲେ | ହେଲେ ଭାରତୀୟ ରେଳ ବିଭାଗ ର ନିଷ୍ପତି କ୍ରମେ ରେଳପଥର ସାମ୍ପ୍ରସାରଣ ପାଇଁ ଏଇ ଷ୍ଟେସନ କୁ ବିସ୍ଥାପିତ କରାଗଲା |  ସମ୍ବଲପୁର ବାସୀଙ୍କ ଐତିହାସିକ ସମ୍ବଲପୁର ରୋଡ଼ ଷ୍ଟେସନ ସବୁଦିନ ପାଇଁ ପାଲଟି ଗଲା ଇତିହାସ |

ଆଜିବି ନିର୍ଜୀଵ ଭଳି ଦଣ୍ଡାୟମାନ ହୋଇଛି ସମ୍ବଲପୁର ରୋଡ଼ ଷ୍ଟେସନ ର କାର୍ଯ୍ୟାଳୟ ଫଳକ | ସେଈ ଫଳକ କୁ ଦେଖିଲେ, ମନେହୁଏ ସତେ ଯେମିତି ସମ୍ବଲପୁର ରୋଡ଼ ଷ୍ଟେସନ ଆଜିବି ତାର ଯାତ୍ରୀଙ୍କୁ ଝୁରି ହେଇ ବାହୁନି ବାହୁନି କାନ୍ଦି କହୁଛି, ଉଡିଯାଇଛି ସିନା କର୍ପୁର, ହେଲେ ରହିଯାଇଛି ବାସ |

Leave A Reply

Your email address will not be published.