ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କଣ୍ଟେନ ପଛପଟୁ ଧକ୍କା ଦେଲା ଡମ୍ପର । ଡମ୍ପର ଡ୍ରାଇଭର ମୃତ । ଏଭଳି ଅଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ନମ୍ବର ଜାତୀୟ ରାଜପଥରେ। ତେବେ ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର କଟିପୋଲ ନିକଟରେ ଛିଡ଼ାହୋଇ ଥିବା କଣ୍ଟେନର କୁ ପଛପଟୁ ଧକ୍କା ଦେଲା ଡମ୍ପର, ଡମ୍ପର ଡ୍ରାଇଭର ମୃତ।
ସୂଚନା ଅନୁସାରେ ସକାଳ ୬.୫୦ ମିନିଟ ସମୟରେ ରାସ୍ତା କଡରେ ( MH12TV6023)କଣ୍ଟେନର ଟି ଛିଡ଼ା ହୋଇଥିବା ବେଳେ ପଛପଟୁ (AS01NC0989) ଡମ୍ପର ଧକ୍କା ଦେଇ ଡମ୍ପର ଡ୍ରାଇଭର ଚାପି ହୋଇ ରହିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ରାଜପଥ କତୃପକ୍ଷ, ପୋଲିସ, ଫାୟାର ବିଭାଗ ପହଞ୍ଚି କଟର ସାହାଯ୍ୟ ରେ ଡମ୍ପର କୁ କାଟି ଡ୍ରାଇଭର କୁ ଗାଡିରୁ ଉଦ୍ଧାର କରିଥିଲେ।
ତେବେ ମୃତକ ଡ୍ରାଇଭର ର ପରିଚୟ ଜଣାପଡି ନଥିବା ବେଳେ ପୋଲିସ ଶବକୁ ମେଡିକାଲ ପଠାଇ ଗାଡ଼ି ଦୁଇଟିକୁ ଜବତ କରିଛି।