ବନ୍ଧା ହେଲେ କେବିଙ୍କ ଡୁପ୍ଲିକେଟ ପିଏ ଏବଂ ଓଏସଡି 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଙ୍କ ନାରେ ଚଳାଇଥିଲେ ବେପାର । ଲୋକ ଙ୍କୁ କନକବର୍ଦ୍ଧନ ଙ୍କ ଓଏସଡି ଏବଂ ପିଏ କହି ଚାକିରୀ କରାଇ ଦେବାକୁ କହି ଲୁଟ କରୁଥିଲେ ଦୁଇ ଠକ ।

ଏ ବିଷୟ ରେ ଖବର ପାଇ ପାଟଣାଗଡ ପୋଲିସ ନିଜେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପାଟଣାଗଡ ଥାନା ବିଲାଇସାଥି ଗ୍ରାମ ର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗ୍ରାମର ଶୁଶିଲ ରାଓ କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ସେମାନ କେବି ଙ୍କ ବ୍ୟକ୍ତିଗତ ସହାୟକ ଏବଂ ଓଏସଡି ପରିଚୟ ଦେଇ 3 ଜଣଙ୍କ ଠାରୁ ଆଉଟସୋର୍ସିଂରେ ଚାକିରୀ ଦେବାକୁ କହି 2 ଲକ୍ଷ 10 ହଜାର ଟଙ୍କା ଠକିଥିବା ବେଳେ ଅଧିକ ତଦନ୍ତ ଯାରୀ ରହିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ ।

Leave A Reply

Your email address will not be published.