କେଜ୍ରିୱାଲ ଖେଳିଲେ ଦଳିତ କାର୍ଡ, ଦିଲ୍ଲୀରେ ବ୍ୟବହାର ହେବନି ହରିଜନ ଶବ୍ଦ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍ ): କେଜ୍ରିୱାଲ ଖେଳିଲେ ଦଳିତ କାର୍ଡ, ଦିଲ୍ଲୀରେ ବ୍ୟବହାର ହେବନି ହରିଜନ ଶବ୍ଦ । ଦଳିତଙ୍କୁ ଖୁସି କରାଇବା ପାଇଁ ଏବେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଣିକି ଦିଲ୍ଲୀରେ ହରିଜନ ଶବ୍ଦ ବ୍ୟବହାର ହେବ ନାହିଁ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ। ଏବେ ହରିଜନ ସ୍ଥାନରେ ବ୍ୟବହାର ହେବ ‘ଡ. ଆମ୍ବେଦକର’ଙ୍କ ନାଁ । ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏବେଠାରୁ ହରିଜନ ବସ୍ତିଗୁଡ଼ିକୁ ଡକ୍ଟର ଆମ୍ବେଦକର ବସ୍ତି ବୋଲି କୁହାଯିବ । ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ସମସ୍ତ କାର‌୍ୟ୍ୟାଳୟରେ ଡକ୍ଟର ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ଲଗାଇବାକୁ ଆପ୍ ନିର୍ଦ୍ଦେଶ ଦେଇଥିଲେ।

ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତି ତାଙ୍କ ରଣନୀତିର ଏକ ଅଂଶ, ଯେଉଁଥିରେ ଅରବିନ୍ଦ କେଜ୍ରିୱାଲ ଦଳିତ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଗଠନ କରିବା ପରେ ଆମ୍ ଆଦମୀ ପାର୍ଟି ଏବେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ପଞ୍ଜାବ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ କୁହାଯାଉଥିବା ଗୁଜରାଟରେ ମଧ୍ୟ ସରକାର ଗଠନ ପାଇଁ ପ୍ରସ୍ତୁତ ହେଲେଣି କେଜ୍ରିଓ୍ବାଲ।

Leave A Reply

Your email address will not be published.