ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଦିଲ୍ଳୀ ମଦ ନୀତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ମନିଷ ସିସୋଦିଆଙ୍କୁ ମିଳିଥିବା ଜାମିନର ଉଦାହରଣ ଦେଇ କେଜ୍ରିୱାଲଙ୍କୁ ମୁକୁଳାଇବାକୁ ଚେଷ୍ଟା କରୁଥିଲେ।
ମାତ୍ର ତାଙ୍କ ଯୁକ୍ତିକୁ କୋର୍ଟ ଆଜି ଗ୍ରହଣ କରିନାହାନ୍ତି ଓ ଶେଷରେ ଆଜି ପାଇଁ ନିରାଶ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଗତ ମେ ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ। ଏହାପରେ ସିସୋଦିଆ ସୁପ୍ରିମକୋର୍ଟରେ ଅପିଲ କରି ତାଙ୍କ ବିରୋଧରେ ହୋଇଥିବା ମାମଲାରେ କୌଣସି ଅଗ୍ରଗତି ହେଉ ନ ଥିବା ଜଣାଇଥିଲେ।
ଏହାର ଶୁଣାଣି କରି ସୁପ୍ରିମ କୋର୍ଟ ସିସୋଦିଆଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ। ଟ୍ରାଏଲ କୋର୍ଟ ସହ ହାଇକୋର୍ଟ ବି ସେଫ୍ ଗେମ୍ ପ୍ଲେ କରୁଥିବା ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ। ଏହାପରେ ୧୭ ମାସ ଜେଲ୍ରେ ରହିବା ପରେ ଗତ ୯ ତାରିଖରେ ଜେଲ୍ରୁ ବାହାରିଲେ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।