ମଦ ଦୁର୍ନୀତି ମାମଲାରେ ସିବିଆଇର ଗିରଫଦାରୀ ବିରୋଧରେ ହାଇକୋର୍ଟ ଗଲେ ‌‌କେଜ୍ରିୱାଲ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଦ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଗିରଫ ହେବା ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା। ଇଡି ଅଭିଯୋଗରେ ଗିରଫ ହୋଇ କେଜ୍ରିୱାଲ ତିହାର ଜେଲରେ ଥିବାବେଳେ ସିବିଆଇ ତାଙ୍କୁ ସେଠାରୁ ଗିରଫ କରି ନେଇଥିଲା।

ଏହାପରେ ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଶନିବାର(ଜୁନ୍ ୨୯)ରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। କିନ୍ତୁ କେଜ୍ରିଲାଲ ତଦନ୍ତରେ ସହଯୋଗ କରିନଥିବା ଅଭିଯୋଗ କରି ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏ ଉପରେ ଶୁଣାଣି କରି ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ। ତିନି ଦିନିଆ ପଚରାଉଚରା

ଶେଷ ହେବା ପରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯାହା ପରେ କେନ୍ଦ୍ରୀୟ ଏଜେନ୍ସି ୧୪ ଦିନିଆ ନ୍ୟାୟିକ ହେପାଜତ ମାଗିଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଦନ୍ତରେ ସହଯୋଗ କରୁନାହାଁନ୍ତି ଏବଂ ଅସନ୍ତୋଷଜନକ ଉତ୍ତର ଦେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ରିମାଣ୍ଡ ଆବେଦନରେ ଏଜେନ୍ସି ମଧ୍ୟ ଆଶଙ୍କା ବ୍ୟକ୍ତ କରିଛି ଯେ ଆଗକୁ କେଜ୍ରିୱାଲ୍‌ ତାଙ୍କ ସମ୍ମୁଖରେ ପ୍ରକାଶ ପାଇଥିବା ସାକ୍ଷୀ ତଥା ପ୍ରମାଣକୁ ପ୍ରଭାବିତ କରିପାରନ୍ତି।

 

Leave A Reply

Your email address will not be published.