କମିଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର୍‌ ଦର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହଙ୍ଗା ମାଡରୁ କିଛିଟା ଆଶ୍ୱସ୍ତି ଦେଇଛି ଗ୍ୟାସ ଦର । ବ୍ୟବସାୟିକ ଅନୁଷ୍ଠାନରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଛି । ସୋମବାର ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ସମଗ୍ର ଦେଶରେ ୧୯ କିଲୋଗ୍ରାମ୍‌ର ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଉପରେ ୩୦ ଟଙ୍କା ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ।

ଘୋଷଣା ହେବା ସହିତ ସଂଶୋଧିତ ହାର ତୁରନ୍ତ କାର୍ଯ୍ୟକାରୀ ହୋଇଛି। ନୂଆଦିଲ୍ଲୀରେ ଏବେ ଏକ ବାଣିଜ୍ୟିକ ସିଲିଣ୍ଡରର ସଂଶୋଧିତ ମୂଲ୍ୟ ୧,୬୪୬ ଟଙ୍କା। ଯାହା ପୂର୍ବରୁ ଥିବା ୧,୬୭୬ଟଙ୍କାଠାରୁ ୩୦ ଟଙ୍କା କମ୍‌। ସେହିପତି ମୁମ୍ବାଇରେ ଏହାର ମୂଲ୍ୟ ୧,୬୨୯ରୁ ୧,୫୯୮ଟଙ୍କାକୁ ହ୍ରାସ ପାଇଛି। ଦିଲ୍ଲୀରେ ଏବେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କା ହୋଇଛି । ସେହିପରି କୋଲକତାରେ ୧୭୮୭ ବଦଳରେ ୧୭୫୬ଟଙ୍କା ଏବଂ ମୁମ୍ବଇରେ ୧୬୨୯ଟଙ୍କାରୁ ୧୫୯୮ ଟଙ୍କା ହୋଇଛି । ତେବେ ୧୪.୨ କିଲୋଗ୍ରାମର ଘରୋଇ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଦର ହ୍ରାସ ପାଇବା ପରେ ଚେନ୍ନାଇରେ ଏବେ ଏକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୮୦୯ ଟଙ୍କା ଏବଂ କୋଲକାତାରେ ୧,୭୫୬ ହୋଇଛି। ଯାହା ପୂର୍ବରୁ  ଯଥାକ୍ରମେ ୧,୮୪୦ ଏବଂ ୧,୭୮୭ ଟଙ୍କା ରହିଥିଲା। ଜୁନ୍ ୧ ତାରିଖରେ ବାଣିଜ୍ୟିକ ଏଲପିଜି ଦର ପ୍ରାୟ ୬୯ ଟଙ୍କା ହ୍ରାସ ପାଇଥିଲା ଏବଂ ତା’ପୂର୍ବରୁ ମେ ୧ ତାରିଖରେ ସିଲିଣ୍ଡର ପିଛା ୧୯ ଟଙ୍କା ହ୍ରାସ ପାଇଥିଲା।

Leave A Reply

Your email address will not be published.