ନିଟ୍ ପୁନଃପରୀକ୍ଷା ଫଳ ପ୍ରକାଶିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଶ୍ନପତ୍ର ପ୍ରଘଟ ପରେ ପୁନର୍ବାର ଅନୁଷ୍ଠିତ ହୋଇଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ୟୁଜି ଫଳାଫଳ ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା(ଏନଟିଏ) ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି।  ଜୁନ ୨୩ରେ ପୁନଃ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଆଜି ପ୍ରକାଶିତ ହୋଇଛି।

ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି । ଏନେଇ ଏନ୍‌ଟିଏ ପକ୍ଷରୁ ସଂଶୋଧିତ ମେଧା ତାଲିକା ସୂଚନା ଜାରି କରାଯାଇଛି।  ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀ ସେମାନଙ୍କର ଆପ୍ଲିକେସନ ନମ୍ବର ଲଗଇନ୍‌ କରି ଫଳାଫଳ ଜାଣିପାରିବେ । ତେବେ ମୋଟ 6ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିବା ବେଳେ ଗ୍ରେସ ମାର୍କ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିନଥିଲେ ।

ଚଳିତମାସ 23 ତାରିଖରେ ହୋଇଥିବା ନିଟ୍ ୟୁଜିର ଗ୍ରେସ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀମାନଙ୍କୁ ନେଇ ଜୁନ ୨୩ରେ ପୁନଃ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶ ପାଇଛି। ତେବେ ଏହା ସହିତ ନିଟ୍ ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସଂଶୋଧିତ ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ନିଜ ରେଜଲ୍ଟ ଏନଟିଏର ଅଫିସିଆଲ ୱେବସାଇଟ exams.nta.ac.in କୁ ଯାଇ ଫଳାଫଳ ଯାଞ୍ଚ କରି ପାରିବେ।

Leave A Reply

Your email address will not be published.