ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭସାଣୀ ଉତ୍ସବ l ଶନିବାର ଦିନ ଅନୁଷ୍ଠିତ ମେଲଣ ପରେ ରବିବାର ମେଢ ଗୁଡିକ ବିସର୍ଜନ କରାଯାଇଛି l ଏଥିପାଇଁ ଗୋବରୀ ନଦୀ ସମେତ ବିଭିନ୍ନ ଜଳାଶୟ ରେ ଅସ୍ଥାୟୀ ବିସର୍ଜନ ଘାଟ ନିର୍ମାଣ କରାଯାଇଛି l ମେଲଣ ପଡିଆ ରେ ଭୋଗ ଲାଗି ହେବା ପରେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନମ୍ଵର୍ ଅନୁଯାୟୀ ମେଢ ଗୁଡିକ ବିସର୍ଜନ ଘାଟକୁ ଯାଇଥିଲେ l
୭ ଦିନ ବ୍ୟାପୀ ପୂଜା ପରେ ଆଜି ମା ଙ୍କୁ ମେଲାଣି ଦେଇଛି କେନ୍ଦ୍ରାପଡ଼ା l ମା ଗଜଲକ୍ଷ୍ମୀ ଙ୍କ ମୃଣ୍ମୟ ମୂର୍ତ୍ତି ମେଲଣ ସାରି ବିସର୍ଜନ ଘାଟକୁ ଯାଇଥିଲେ l ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ମେଲଣ ପଡିଆରେ ସହର ର ୪୮ ଗୋଟି ମେଢ ପହଁଞ୍ଚିବା ପରେ ସେଠାରେ ଭୋଗଲାଗି କରାଯାଇଥିଲା l ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା କ୍ରମିକ ସଂଖ୍ୟା ଅନୁଯାୟୀ ମେଢ ଗୁଡିକ ମେଲଣ ପଡିଆ ଛାଡିଥିଲେ l ମା ଲକ୍ଷ୍ମୀ ଙ୍କ ମୃଣ୍ମୟ ମୂର୍ତ୍ତି ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିସର୍ଜନ କରାଯାଇଥିଲା l ମେଲଣ ପରିଚାଳନା ପାଇଁ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ପୂଜା କମିଟି ପାଇଁ ମାର୍ଗଦର୍ଶକା ପ୍ରସ୍ତୁତ କରାଯାଇଥିଲା l
ଦୁଇଦିନ ଧରି ଚାଲିଥିବା ମେଲଣ ଓ ଭସାଣୀ ଉତ୍ସବ ପାଇଁ ସାରା କେନ୍ଦ୍ରାପଡ଼ା ଜିଲ୍ଲା ଉତ୍ସବ ମୁଖର ହୋଇଉଠିଥିଲା କେନ୍ଦ୍ରାପଡା ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି l ସହର ର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଆଉଟ ପୋଷ୍ଟ ସ୍ଥାପନ କରାଯାଇଛି l ସହରରେ ମୋଟ ୩୦ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି l ଭସାଣୀ ଉତ୍ସବରେ ଯୋଗଦେଇ ମା ଲକ୍ଷ୍ମୀ ଙ୍କ ଆଶିଷ ଲାଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି l ସେହିପରି ବିଭିନ୍ନ ପୂଜା କମିଟି ପକ୍ଷରୁ ଘଣ୍ଟ ଘଣ୍ଡା ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଗୀତ ର ଆୟୋଜନ କରାଯାଇଥିଲା ଏସବୁକୁ ଉପଭୋଗ କରିବା ପାଇଁ ଦୂରଦୂରାନ୍ତରୁ ଲୋକେ କେନ୍ଦ୍ରାପଡା ରେ ପହଞ୍ଚିଥାନ୍ତି।