କେନ୍ଦ୍ରାପଡ଼ା ଝିଅ ଭଦ୍ରକ ରେ ନିର୍ଯ୍ୟାତିତ; ମା ସହ ତିନୋଟି ଛୁଆ ପଡିଛନ୍ତି ଗୁହାଳ ଘରେ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵ୍କକ୍ ମାଣପଡା ଗ୍ରାମର ଅନ୍ନପୂର୍ଣ୍ଣା ନାଥ ଭଦ୍ରକ ଜିଲ୍ଲାର ବାରପୁର ବ୍ଳକ୍ ଆରତୁଙ୍ଗୁ ଗ୍ରାମର ଶ୍ରୀନିବାସ ନାଥଙ୍କ ସହ 2009 ମସିହାରେ ବିବାହ ହୋଇଥିଲା। ଅନ୍ନପୂର୍ଣ୍ଣାଙ୍କ ସ୍ୱାମୀ ନାଥ ପରିବାର ହୋଇଥିବାରୁ ସେ ଭିକ୍ଷା ବୃତ୍ତି କରି ତାଂକ ପରିବାର ପ୍ରତିପୋଷଣ କରୁଥିଲେ । ବେଶ କିଛି ଦିନର ତେଲ ଲୁଣର ସଂସାର ହସ ଖୁସିରେ ଚାଲୁଥିଲା। ପ୍ରଥମେ ଗୋଟିଏ ଶିଶୁ କନ୍ୟା ଜନ୍ମ ନେଲା ପରେ ପାଞ୍ଚ ଛଅ ବର୍ଷ ଦୁଇ ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କର ସଂସାର ହସ ଖୁସିରେ ଚାଲି ଥିଲା। ତାଙ୍କର ତିନୋଟି ଝିଅ ଵଡ ଝିଅକୁ ଚଉଦ ବର୍ଷର ହୋଇଥିବା ବେଳେ ଦିତୀୟ ଝିଅଟି ଏଗାର ବର୍ଷ ଓ ତୃତୀୟ ଝିଅଟି ଅଢେଇ ବର୍ଷ ର ହୋଇଥିବାବେଳେ ଶ୍ରୀନିବାସ ନାଥ ଭିକ୍ଷା ବୃତ୍ତି କରି ଯାହା ଆଣନ୍ତି ସେ ଜିନିଷକୁ ବିକ୍ରି କରି ପ୍ରଚୁର ପରିମାଣରେ ମଦ ପିଇ ଘରକୁ ଫେରନ୍ତି ।

ସ୍ତ୍ରୀ ଯଦି ପ୍ରତିବାଦ କରେ ମାଡ଼ ମାରନ୍ତି। ଏମିତି ପାଞ୍ଚ ସତ ବର୍ଷାର ଘଟଣା ଅନ୍ନପୂର୍ଣ୍ଣା ତାଙ୍କ ମା’କୁ ବାରମ୍ବାର ଜଣାଇଲା ପରେ ସାହି ପଡେ଼ାଶୀଙ୍କୁ ନେଇ ଅନେକ ଥର ସମାଧାନ ହୋଇଛି । ମଦ୍ୟପ ସ୍ୱାମୀ ବାରମ୍ବାର ମାର ଧର କରିଲା ପରେ ଏହି ପନ୍ଦର ଦିନ ପୂର୍ବରୁ ଅନ୍ନପୂର୍ଣ୍ଣାଙ୍କୁ ନୃଶଂସ ଭାବରେ ତାଙ୍କ ସ୍ୱାମୀ ମାଡ଼ ମାରି କାଦୁଅ ବିଲ ରେ ପୋତି ଦେଇଥିବା ଦେଖି ତାଂକ ପଡେ଼ାଶୀ ମାନେ ଉଧାର କରି ପ୍ରଥମେ ମୋଡିକାଲକୁ ନେଇଥିଲେ ତାଙ୍କୁ ଚିକିତ୍ସା କରାଇ ତାଙ୍କ ବାପ ଘରକୁ ଖବର ଦେଇଥିଲେ । ଯେହେତୁ ତାଙ୍କର ବାପା ଓ ଭାଈ ନାହାନ୍ତି। ରହିବା ପାଇଁ ଘର ବି ନାହିଁ। କେବଳ ବୁଢ଼ୀ ମା ଟିଏ। ସେ ଅନ୍ୟ ଘରେ ଆଶ୍ରା ବି ନେଇଥିଲେ କିନ୍ତୁ ଦଇବ ଦାଉ ସାଧିଲା। ଅନ୍ୟ ଉପାୟ ନ ପାଇ ତାଙ୍କ ପଡୋଶୀ ଅନ୍ନପୂର୍ଣ୍ଣାଙ୍କୁ ଓ ତାଂକ ତିନି ଛୁଆଙ୍କୁ ଗ୍ରାମବାସୀ ଗୋଟିଏ ଗୁହାଳ ରେ ଆଶ୍ରୟ ଦେଇଥିଲେ । ଏହି ହୃଦୟ ବିଦାରକ ଘଟଣା ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଲେ କେନ୍ଦ୍ରାପଡ଼ାର କର୍ମ ଚଞ୍ଚଳ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଓ ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ସଙ୍ଗେ ସଙ୍ଗେ ପହଞ୍ଚି ଗଲେ ରାଜନଗର ମାଣ ପଡ଼ାରେ।

ଅନ୍ନପୂର୍ଣ୍ଣା ଓ ତିନି ପିଲାଙ୍କୁ ଦେଖି କାନ୍ଦି ପକାଇଥିଲେ ଦମନ ମହାନ୍ତି ପାଖ ବଜାରକୁ ଯାଇ ରାସନ୍ ସାମଗ୍ରୀ ଓ ପିନ୍ଧା ବସ୍ତ୍ର ର ବ୍ୟବସ୍ଥା କରିଥିଲେ। ଘର କରାଇ ଦେବା ଓ ବେପାର କରି ପରିବାର ପ୍ରତିପୋଷଣ ଦିଗରେ ଅର୍ଥ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ। ତାଙ୍କୁ ସହଯୋଗ କରିଥିଲେ କୋଷାଧ୍ୟକ୍ଷ ବିଭୁ ପ୍ରସାଦ ସାହୁ, କାଳନ୍ଦୀ ମଲ୍ଲିକ,ସୁନିଲ କୁମାର ମିଶ୍ର , ପିନାକୀ ସାମନ୍ତରାୟ, ରାକେଶ ଲେଙ୍କା,ଓ ମାନାବାଧିକାର କର୍ମୀ ସାଗର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଭଳି କାମକୁ ନେଇ ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ନୁହେଁ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ।

Comments are closed.