ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ଜଣେ ୧୩ ବର୍ଷର ନାବାଳକ ଆଜି ସକାଳ ସମୟରେ ଗାଁରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତି ସମୟରେ ଉକ୍ତ ପିଲାକୁ ବେଲଦା ଛକ ନିକଟରେ ଜଣେ ଦୋକାନୀ ତାଙ୍କୁ ଅଟକାଇ ସୋର ଥାନାରେ ଜିମା ଦେଇଥିଲେ। କିନ୍ତୁ ଉକ୍ତ ନାବାଳକ ଜଣଙ୍କ ଥାନାରୁ ପୁଣି କେଉଁଆଡେ ଚାଲିଯାଇଥିବାରୁ ପୁଲିସ ବିରୋଧରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହି ଗ୍ରାମର ମାନସ ବେହେରା ଏବଂ ସବିତା ବେହେରାଙ୍କ ପୁତ୍ର ମହେଶ ବେହେରା ୧୩ ବର୍ଷ ନିକଟସ୍ଥ ରଙ୍ଗପତି ସ୍କୁଲର ପଢ଼ନ୍ତି। ଆଜି ସେ ସ୍କୁଲ ଯାଇ ନଥିବା ବେଳେ ଗାଁର ଏକ ଦୋକାନ ପାଖରେ ଖଳୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। କିଛି ସମୟ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ପାଇ ନଥିଲେ। ଏହାପରେ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇ ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ। ପରେ ରାତିରେ ବେଲଦା ଛଜରେ ଦୋକାନ କରିଥିବା ନିରୋଜ ପାଣିଗ୍ରାହୀ ତାଙ୍କୁ ପାଇ ସୋର ଥାନାରେ ଲିଖିତ ଭାବେ ଜିମା ଦେଇ ଯାଇଥିଲେ।
ମାତ୍ର ପରିବାର ଲୋକେ ଥାନାରେ ପହଂଚି ପିଲାକୁ ପାଇନଥିଲେ। ଜିମା ଦିଆଯାଇଥିବା ଥାନା କର୍ମଚାରୀଙ୍କ ଅବହେଳାରୁ ପିଲାଟି ପୁନଶ୍ଚ ଥାନାରୁ କେଉଁଆଡେ ଚାଲିଯାଇଛନ୍ତି। ତେବେ ଉକ୍ତ ପିଲାର ମାଆ ଥାନାରେ ପହଂଚି ପିଲା ନମିଳିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେବା ସହିତ ଥନାରେ କାନ୍ଦି କାନ୍ଦି ଗଡୁଥିବା ଦେଖିବାକୁ ମିଳିଛି।ତେବେ ପୁଲିସ ଅବହେଳାରୁ ପିଲାଟି ଥାନାରୁ କେଉଁ ଆଡେ ଚାଲି ଚାଲି ଯାଇଥିବା ଦାବୀ କରି ପୁଲିସ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ନାବାଳକ ଜଣଙ୍କୁ ତାଙ୍କ ସମ୍ପର୍କୀୟ ମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ଭଦ୍ରକ ରେଳ ଷ୍ଟେସନରେ ଥିବା ଜାଣିବାକୁ ପାଇଥିଲେ।ରାତିରେ ସୋର ପୁଲିସ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚି ନାବାଳକ ଜଣଙ୍କୁ ଉଦ୍ଧାର କରି ସୋର ଥାନାକୁ ଆଣି ପରିବାର ଲୋକଙ୍କୁ ହସ୍ଥାନ୍ତର କରିଛି।
Comments are closed.